www.samajalive.in
Sunday, December 7, 2025
15.1 C
Bhubaneswar

୪ ମହାକାଶଚାରୀଙ୍କୁ ନେଇ ଆଇଏସ୍‌ଏସ୍‌କୁ ଗଲା ସ୍ପେସ୍‌ଏକ୍ସ ରକେଟ

ଫ୍ଲୋରିଡା: ଚାରିଜଣ ମହାକାଶଚାରୀଙ୍କୁ ନେଇ ସ୍ପେସ୍‌ଏକ୍ସ ରକେଟ୍‌ ଆମେରିକାର ଫ୍ଲୋରିଡାସ୍ଥିତ କେନେଡି ସ୍ପେସ୍‌ ସେଣ୍ଟରରୁ ଆଇଏସଏସ୍‌ (ଇଣ୍ଟରନ୍ୟାସନାଲ ସ୍ପେସ୍‌ ଷ୍ଟେସନ) ଅଭିମୁଖେ ଯାତ୍ରା କରିଥିବା ଜଣାପଡିଛି। ଏଲନ ମସ୍କ୍‌ଙ୍କ ମାଲିକାନାରେ ପରିଚାଳିତ ସ୍ପେସ୍‌ଏକ୍ସ ପକ୍ଷରୁ ରବିବାର ଏହି ମହାକାଶଚାରୀଙ୍କୁ ପଠାଯାଇଛି। ସେମାନେ ଆଗାମୀ ୬ ମାସ ଆଇଏସ୍‌ଏସ୍‌ରେ ଅବସ୍ଥାନ କରି ବିଭିନ୍ନ ପରୀକ୍ଷା ନିରୀକ୍ଷା ଚଳାଇବେ ବୋଲି କୁହାଯାଇଛି। ମଙ୍ଗଳବାର ସକାଳେ ଏହି ମହାକାଶଯାନ ଆଇଏସଏସ୍‌ ସହ ସଂଯୋଗ ହେବ। ଆମେରିକା ନୌବାହିନୀର ବରିଷ୍ଠ ଟେଷ୍ଟ ପାଇଲଟ୍‌ ମାଥ୍ୟୁ ଡୋମିନିକ୍‌ ଏହି ଅଭିଯାନର ନେତୃତ୍ବ ନେଉଛନ୍ତି। ୨୦୨୦ରେ ପ୍ରତିଷ୍ଠା ହେବା ପରଠାରୁ ସ୍ପେସ୍‌ଏକ୍ସ ରକେଟ ଆଠଥର ମହାକାଶକୁ ଯାତ୍ରା କରିସାରିଲାଣି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories