ନୂଆଦିଲ୍ଲୀ : ଇସ୍ରାଏଲ ସେନାର ଗୁଳିମାଡରେ ୧୦୪ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଛି। ମାନବୀୟ ସହାୟତା ପାଇଁ ଅପେକ୍ଷା ବେଳେ ଆଇଡିଏଫର ଗୁଳିମାଡ ହୋଇଛି। ଉତ୍ତର ଗାଜାରେ ଖାଦ୍ୟ ପାଇଁ ଅପେକ୍ଷା ବେଳେ ଆଖିବୁଜା ଗୁଳିମାଡ ହୋଇଛି।
ପଶ୍ଚିମ ଏସିଆରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ହିଂସାତ୍ମକ ବିବାଦ ଜାରି ରହିଛି। ଗତ ବର୍ଷ ଅକ୍ଟୋବର ୭ ରେ ଆରମ୍ଭ ହୋଇଥିବା ଯୁଦ୍ଧରେ ଏପର୍ୟ୍ୟନ୍ତ ୩୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏବେ ସୁଦ୍ଧା ୧୦୪ ଜଣଙ୍କ ମୃତ୍ୟୁ ସାମ୍ନାକୁ ଆସିଛି। ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଅନୁଯାୟୀ, ମାନବିକ ସହାୟତା ପାଇଁ ଅପେକ୍ଷା କରିଥିବା ୧୦୪ ଜଣଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଗାଜା ଷ୍ଟ୍ରିପ୍ ର ଭୌଗଳିକ ଦୃଷ୍ଟିରୁ ଦୁନିଆର ସବୁଠାରୁ ଜନବହୁଳ ଅଞ୍ଚଳା ଆକଳନ ଅନୁଯାୟୀ ଏଠାରେ ପ୍ରାୟ ୨୦ ଲକ୍ଷ ଲୋକ ରହୁଥିଲେ। ଅକ୍ଟୋବର ୭ରେ ଯୁଦ୍ଧ ଆରମ୍ଭରୁ ବହୁ ସଂଖ୍ୟକ ଲୋକ ବିସ୍ଥାପିତ ହୋଇଛନ୍ତି।
ଇସ୍ରାଏଲ ସେନାର ଗୁଳିମାଡରେ ୧୦୪ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ
Popular Categories



