www.samajalive.in
Monday, December 8, 2025
17.1 C
Bhubaneswar

‘ଧନ୍ୟବାଦ ପାକିସ୍ତାନ’ ଲେଖି କାହିଁକି ଦେଶ ଛାଡୁଛନ୍ତି ଏୟାରହୋଷ୍ଟେସ୍‍

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନରୁ ଏୟାରହୋଷ୍ଟେସ ନିଖୋଜ ହେଉଛନ୍ତି। ହଁ ଏଭଳି ଏକ ବଡ ଖବର ପାକିସ୍ତାନରୁ ସାମ୍ନାକୁ ଆସିଛି। ପାକ୍‍ ସରକାରୀ ବିମାନ ଚଳାଚଳ କମ୍ପାନୀ ‘ପାକିସ୍ତାନ ଏୟାରଲାଇନ୍ସ’ର ଏକ କ୍ରୁ ସଦସ୍ୟ ନିଖୋଜ ଥିବା ସୂଚନା ମିଳିଛି। ସୂଚନା ଅନୁସାରେ ବିମାନ ଉଡାଣ ବେଳେ ପାଇଲଟ ଡ୍ୟୁଟିରେ ଥିଲେ। ହେଲେ ବିମାନ କାନାଡା ପହଂଚିବା ପରେ ସଂପୃକ୍ତ ପାଇଲଟଙ୍କ କୌଣସି ଖବର ନାହିଁ। ମଙ୍ଗଳବାର ଦିନ ଏୟାରହୋଷ୍ଟେସ୍‍ ମରିୟମ୍‍ ରଜ୍ଜା ପିକେ-୭୮୨ ବିମାନରେ ଇସଲାମାବାଦରୁ ଉଡାଣ ଆରମ୍ଭ କରିଥିଲା। ହେଲେ କରାଚିରେ ଫେରିବା ବେଳେ ରିପୋର୍ଟ କରିବାକୁ ଆସିନଥିଲେ ସଂପୃକ୍ତ ପାଇଲଟ। ଏହାପରେ ଏୟାରପୋର୍ଟ ଅଧିକାରୀମାନେ ମରିୟମଙ୍କୁ ଖୋଜିବା ପାଇଁ ହୋଟେଲ ପହଂଚିଥିଲେ। ସେଠାରେ ମରିୟମ୍‍ ନଥିଲେ କେବଳ ତାଙ୍କ ବ୍ୟାଗ ମିଳିଥିଲା। ବ୍ୟାଗ ଖୋଲି ଦେଖିବା ପରେ ଏକ ପୋଷାକ ସହିତ ଚିଠି ମିଳିଥିଲା।

ଚିଠିରେ କେବଳ ଏତିକି ଲେଖାଥିଲା ‘ଧନ୍ୟବାଦ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ’। ଗତ ୧୫ ବର୍ଷ ହେଲା ମରିୟମ ପାକିସ୍ତାନ ଏୟାରଲାଇନ୍ସରେ କାର୍ଯ୍ୟ କରୁଥିଲେ। ବର୍ତମାନ ମରିୟମଙ୍କୁ ଇସଲାମାବାଦରୁ ଟରୋଣ୍ଟୋ ଯାଉଥିବା ବିମାନରେ ଡ୍ୟୁଟି କରିବାକୁ କୁହାଯାଇଥିଲା। ପାକିସ୍ତାନରୁ କାନାଡା ଯାଉଥିବା ବିମାନରୁ ଏୟାରହୋଷ୍ଟେସ ନିଖୋଜ ହେବା ଚଳିତ ବର୍ଷର ଏହା ହେଉଛି ଦ୍ୱିତୀୟ ମାମଲା ବୋଲି ଅଧିକାରୀ କହିଛନ୍ତି। ଏହି ଘଟଣା ପରେ ପାକିସ୍ତାନ ବିମାନ ଚଳାଚଳ କମ୍ପାନୀ ମଧ୍ୟ ଚକିତ ହୋଇଛି। ଗତ ବର୍ଷ ଏଭଳି ଭାବେ ୭ଜଣ ଏୟାରହୋଷ୍ଟେସ ନିଖୋଜ ଥିବା ଖବର ଜଣାପଡିଥିଲା। କୁହାଯାଉଛି ଯେ ଏହି ଯୁବତୀମାନେ ପାକିସ୍ତାନ ଛାଡି କାନାଡାରେ ରହିବାକୁ ପସନ୍ଦ କରୁଥାଇପାରନ୍ତି। ଏସମ୍ପର୍କରେ କାନାଡା ପ୍ରଶାସନ ସହିତ ପାକିସ୍ତାନ ଏୟାରଲାଇନ୍ସ କଥାବର୍ତ୍ତା କରିବା ସହ ମାମଲାକୁ କିଭଳି ରୋକାଯାଇପାରିବ ସେ ସମ୍ପର୍କରେ ପଦକ୍ଷେପ ନେବାକୁ କୁହାଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories