www.samajalive.in
Tuesday, December 9, 2025
17.1 C
Bhubaneswar

ସକରାତ୍ମକ ଭାବନା ବୃଦ୍ଧି କରୁଛି କ୍ରୀଡାଙ୍ଗନ ଶିକ୍ଷାର୍ଥୀ କ୍ଲବ

ଭୁବନେଶ୍ୱର : ଛାତ୍ରଛାତ୍ରୀମାନଙ୍କମଧ୍ୟରେ ନେତୃତ ନେବାର ଦକ୍ଷତା ବୃଦ୍ଧି ପାଉଛି । ଖେଳ ମାଧ୍ୟମରେ ଆତ୍ମ ସଚେତନତା, ସହଯୋଗୀତା, ସମୟ ପରିଚାଳନା, ସମସ୍ୟା ସମାଧାନ ଉପରେ ଶିକ୍ଷାଗ୍ରହଣ କରୁଛନ୍ତି ଛାତ୍ରଛାତ୍ରୀ ଏବଂ ଏହି ଶିକ୍ଷାର ପ୍ରମୁଖ ଆଧାର ପାଲଟିଛି କ୍ରୀଡାଙ୍ଗନ କ୍ଲବ । ଏହି ସଫଳତା ପରେ ଆଗାମୀ ଶିକ୍ଷାବର୍ଷରେ କିପରି ଏହି କ୍ଲବ ସୁଚାରୁରୂପେ କର୍ଯ୍ୟ କରିବ ଏବଂ ଅଧିକରୁ ଅଧିକ ଶିକ୍ଷକ ପ୍ରଶିକ୍ଷକ (ମାଷ୍ଟର ଟ୍ରନର) ପ୍ରଶିକ୍ଷଣ ନେଇପାରିବେ ଏ ସଂପର୍କରେ ତୋଷାଳିଭବନସ୍ଥିତ ‘ମୋ ସ୍କୁଲ ଅଭିଯାନ’ ସମ୍ମିଳନୀ କକ୍ଷରେ ଏକ ଯୋଜନା ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ଆଲୋଚନା ଚକ୍ରରେ ଯୋଗ ଦେଇ ‘ମୋ ସ୍କୁଲ’ ଅଧ୍ୟକ୍ଷା ସୁସ୍ମିତା ବାଗଚୀ, ଛାତ୍ରଛାତ୍ରୀମାନଙ୍କୁ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ଗଠନରେ ଏହି କ୍ଲବ କିପରି ସହାୟକ ହୋଇପାରିବ ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟ ସ୍ତରରେ ଉପୁଜୁଥିବା ଅସୁବିଧାର ସମାଧାନ ଉପରେ ଗୁରୁତ୍ୱାରୋପ ସେ ଗୁରୁତ୍ବ ଦେଇଥିଲେ। ଏହାସହ ଏହି ଆଲୋଚନା ଚକ୍ରରେ ‘ମୋ ସ୍କୁଲ ଅଭିଯାନ’ ସହିତ ସହଭାଗିତାରେ କାର୍ଯ୍ୟ କରୁଥିବା ମ୍ୟାଜିକ୍ ବସ୍ ଇଣ୍ଡିଆ ଫାଉଣ୍ଡେସନର ସମସ୍ତ ଜିଲ୍ଲା ସଂଯୋଜକ ଓ ଅଧିକାରୀମାନେ ଉପସ୍ଥିତ ରହି ନିଜ ନିଜର ଅଭିଜ୍ଞତା ଏବଂ ଅନୁଭୂତି ସମ୍ପର୍କରେ ଆଲୋଚନା କରିଥିଲେ।

- Advertisement -

ଜିଲା ସଂଯୋଜକମାନେ ନିଜ ନିଜ ଜିଲ୍ଲା ସମ୍ବନ୍ଧରେ ସବିଶେଷ ବିବରଣୀ ଉଲ୍ଲେଖ କରିଥିଲେ । କ୍ରୀଡା଼ଙ୍ଗନ କ୍ଲବର ଉପଯୁକ୍ତ ଏବଂ ସଠିକ୍ ପର୍ଯ୍ୟବେକ୍ଷଣ ପାଇଁ ମ୍ୟାଜିକ୍ ବସ୍ ଏକ ଚାର୍ଟ ବୋର୍ଡ ବିକଶିତ କରିଥିବା ବେଳେ ହ୍ୱାଟସ୍‌ଆପ ମାଧ୍ୟମରେ ସମସ୍ତ ବିଦ୍ୟାଳୟରେ ଏହାର ଉପଯୋଗ କରିବାକୁ ଆଲୋଚନା ହୋଇଥିଲା।

ଏହାସହ ଜିଲ୍ଲାୱରୀ ବିଦ୍ୟାଳୟସ୍ତରରେ କ୍ରୀଡ଼ାଙ୍ଗନ କ୍ଲବର ଗଠନ ଓ କାଯ୍ୟକ୍ରମର ତଥ୍ୟ ଉପସ୍ଥାପନା କରାଯାଇ, ତାହାର ସମୀକ୍ଷା କରାଯାଇଥିଲା । ଜିଲ୍ଲାରୁ ସଂଗ୍ରହ କରାଯାଇଥିବା ଶିକ୍ଷକମାନଙ୍କ ମତାମତକୁ ଏହି ବୈଠକରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଥିଲା। ଏହା ବ୍ୟତୀତ ବିଭିନ୍ନ ଘଟଣାସ୍ଥଳରେ ଦେଖାଯାଉଥିବା ବିଭିନ୍ନ ପରିସ୍ଥିତିର ଯାଞ୍ଚ ମଧ୍ୟ କରାଯାଇଥିଲା । ସେହିପରି ରାଜ୍ୟର ଉଚ୍ଚ ବିଦ୍ୟାଳୟଗୁଡି଼କରେ ନବ ନିଯୁକ୍ତ ୪୫୨କ୍ରୀଡ଼ା ଏବଂ ଶାରୀରିକ ଶିକ୍ଷା ଶିକ୍ଷକଙ୍କ (ପିଇଟି)ତାଲିମ ଓ ସେମାନଙ୍କ ଦ୍ବାରା କ୍ରୀଡ଼ାଙ୍ଗନ ଶିକ୍ଷାର୍ଥୀ କ୍ଲବକୁ ତ୍ୱରାନ୍ୱିତ କରିବା ସହିତ ଛାତ୍ରଛାତ୍ରୀମାନ ଉତ୍ସାହ ବୃଦ୍ଧି କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories