www.samajalive.in
Tuesday, December 9, 2025
16.1 C
Bhubaneswar

ସାମ୍ନାକୁ ଆସିଲା ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଥମ ନିଯୁକ୍ତି ପତ୍ର

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ତଥା ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ କାହାଣୀ ଯୁବପିଢିଙ୍କୁ ପ୍ରେରଣା ଦେଇଥାଏ । ତାଙ୍କ ବ୍ୟକ୍ତିତ୍ବ ସମସ୍ତଙ୍କୁ ଆକର୍ଷିତ କରିଥାଏ । ନିକଟରେ ସାମାଜିକ ଗଣମାଧ୍ୟମରେ ତାଙ୍କର ଭାରତୀୟ ରେଳର ପ୍ରଥମ ନିଯୁକ୍ତି ପତ୍ର ଭାଇରାଲ ହେଉଛି । ଭାରତର ପୂର୍ବତନ କ୍ରିକେଟର ଅଧିନାୟକ ଏମଏସ ଧୋନୀଙ୍କର ନିଯୁକ୍ତି ପତ୍ର ଭାଇରାଲ ହେଉଛି । ଏହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ନିକଟରେ ଏକ୍ସରେ ତାଙ୍କ ନିଯୁକ୍ତି ପତ୍ରର ଫଟୋ ଭାଇରାଲ ହେଉଛି । ପୋଷ୍ଟର କ୍ୟାପ୍ସନରେ ଲେଖାଯାଇଛି କି ‘ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଥମ ନିଯୁକ୍ତି ପତ୍ର ।’

- Advertisement -

ଏହା ସେ ସମୟରେ ଥିଲା ଯେବେ ଧୋନୀ ରେଲଓ୍ବେରେ ଟିକେଟ୍ କଲେକ୍ଟର ପଦରେ ନିଯୁକ୍ତ ହୋଇଥିଲେ । କିନ୍ତୁ କ୍ରିକେଟ୍ ସ୍ବପ୍ନ ପୂରଣ କରିବା ପାଇଁ ତାଙ୍କୁ ଚାକିରି ଛାଡିବାକୁ ପଡିଥିଲା । ଏହି ଏକ୍ସ ପୋଷ୍ଟକୁ ଏପର୍ଯ୍ୟନ୍ତ ୧ ଲକ୍ଷ ୭୨ ହଜାରରୁ ଅଧିକ ଲୋକ ଦେଖିସାରିଲେଣି ଏବଂ ୪ ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି । ଶହ ଶହ ୟୁଜର୍ସ ଏଥିରେ ପ୍ରତିକ୍ରିୟା ରଖୁଛନ୍ତି । ଜଣେ ଫ୍ୟାନ୍ ଲେଖିଛନ୍ତି କି ଧୋନୀଙ୍କ ପ୍ରଥମ ନିଯୁକ୍ତି ପତ୍ର କ୍ରିକେଟ୍ ଇତିହାସର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ । ଏହା ତାଙ୍କ ଦମଦାର ଯାତ୍ରାର ପ୍ରାରମ୍ଭର ଏକ ପ୍ରକ୍ରିୟା ।

ଧୋନୀ ୨୦୨୦ରେ କ୍ରିକେଟରୁ ସନ୍ୟାସ ନେଇଯାଇଥିଲେ । ତେବେ ସେ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଥିବା ନଜର ଆସିଥିଲେ । କହିରଖୁଛୁ ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ବିଶ୍ବର ସବୁଠାରୁ ସଫଳ ଅଧିନାୟକ ତାଲିକାରେ ସାମିଲ କରାଯାଏ । ସେ ଅଧିନାୟକ ଥିବା ସମୟରେ ଭାରତ ୩ ଫର୍ମାଟ(ଟି ୨୦ ବିଶ୍ବ କପ୍ ୨୦୦୭, ବିଶ୍ବ କପ୍ ୨୦୧୧ ଏବଂ ଚାମ୍ପିଅନ୍ସ ଟ୍ରଫି ୨୦୧୩)ରେ ଚାମ୍ପିଅନ୍ ହୋଇଥିଲା ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories