www.samajalive.in
Sunday, December 7, 2025
15.1 C
Bhubaneswar

ଚମତ୍କାର କଲା ଜାପାନର ଚନ୍ଦ୍ରଯାନ ସ୍ଲିମ୍‌; ଜାଡ଼ ରାତିକୁ ମାତ୍‌ ଦେଇ ପୁଣି ହେଲା ସକ୍ରିୟ

ଟୋକିଓ: ଚନ୍ଦ୍ରପୃଷ୍ଠରେ ନିଜ ପତାକା ଉଡ଼ାଇଥିବା ଜାପାନର ଚନ୍ଦ୍ରଯାନ ସ୍ଲିମ୍‌ ଚମତ୍କାର କରିଛି। ଜାପାନର ସ୍ପେସ୍ ଏଜେନ୍ସି ଜାକ୍ସା ଘୋଷଣା କରିଛି ଯେ, ତାଙ୍କ ଚନ୍ଦ୍ରଯାନ କଠିନ ଶୀତରାତି ପରେ ପୁଣି ଥରେ ସକ୍ରିୟ ହୋଇଉଠିଛି। ଜାକ୍ସା କହିଛି, ଏହି ଚମତ୍କାର ସେତେବେଳେ ଘଟିଲା ଯେତେବେଳେ ସୂର୍ଯ୍ୟ କିରଣର କୋଣ ବଦଳିଗଲା ଏବଂ ସ୍ଲିମର ବ୍ୟାଟେରୀ ପୁଣି ଚାର୍ଜ ହୋଇଗଲା। ପ୍ରାୟ ଦୁଇ ସପ୍ତାହ ଧରି ପ୍ରବଳ ଥଣ୍ଡାକୁ ମାତ୍‌ ଦେବା ପରେ ଏହି ଜାପାନୀ ଯାନ ପୁଣି ଥରେ ଚନ୍ଦ୍ର ପୃଷ୍ଠରେ ସକ୍ରିୟ ହୋଇଯାଇଛି ଏବଂ ଏହା ଆଗାମୀ ସମୟରେ ଜହ୍ନମାମୁଁର ଅନେକ ରହସ୍ୟ ଉନ୍ମୋଚନ କରିପାରେ।

ଜାପାନୀ ଯାନ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ ଭାରତର ଚନ୍ଦ୍ରଯାନ ଅଭିଯାନ ବହୁତ ସାହାଯ୍ୟ କରିଛି। ଏହାପୂର୍ବରୁ ସାରା ବିଶ୍ୱରେ ବୈଜ୍ଞାନିକମାନେ ସ୍ଲିମ୍ ସକ୍ରିୟ ହେବାର ଆଶା ଛାଡ଼ି ଦେଇଥିଲେ କିନ୍ତୁ ଏବେ ଚମତ୍କାର ଘଟିଛି। ଏହା ପୂର୍ବରୁ ଗତ ମାସ ଜାପାନୀ ଯାନ ସ୍ଲିମ୍‌ ସଫଳତାର ସହ ଲ୍ୟାଣ୍ଡିଂ କରି ଇତିହାସ ରଚିଥିଲା। ମାତ୍ର ଲ୍ୟାଣ୍ଡିଂ ପରେ, ଲ୍ୟାଣ୍ଡର ଓଲଟି ପଡ଼ି ସ୍ଲିପ୍‌ ମୋଡ୍‌କୁ ପଳାଇଥିଲା। ଏପରି ହେବାର କାରଣ ହେଉଛି ଏହାର ସୌର ପ୍ୟାନେଲର ଦିଗ ଏହାର ବ୍ୟାଟେରୀଗୁଡ଼ିକୁ ରିଚାର୍ଜ ହେବାକୁ ଦେଉନଥିଲା। ଜାକ୍ସାର ସୂଚନାନୁସାରେ, ଦୁଇ ସପ୍ତାହ ପରେ ସୂର୍ଯ୍ୟଙ୍କ କୋଣ ପରିବର୍ତ୍ତନ ହେଲା, ଯଦ୍ବାରା ସ୍ଲିମ୍‌ ରିଚାର୍ଜ ହୋଇପାରିଲା। ପରିଣାମସ୍ବରୂପ ଏହି ଯାନ ସକ୍ରିୟ ହୋଇଗଲା ଏବଂ ପୃଥିବୀ ସହିତ ଯୋଗାଯୋଗ ପୁନଃ ସ୍ଥାପିତ କଲା।

- Advertisement -

ଜାକ୍ସା କହିଛି ଯେ, ଲ୍ୟାଣ୍ଡରକୁ ଚନ୍ଦ୍ରର କଠିନ ଜାଡ଼ ରାତି ପାଇଁ ଡିଜାଇନ୍ କରାଯାଇ ନ ଥିଲା। ଜାପାନ ୨୦୨୩ରେ ସ୍ଲିମର ସଫଳ ଉତ୍‌କ୍ଷେପଣ ସହ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ କରିଥିଲା। ଏକ ସଠିକ୍ ଏବଂ ସ୍ଥାନୀୟ ଲ୍ୟାଣ୍ଡିଂ କରିବା ଏହି ମିଶନର ମୂଳ ଉଦ୍ଦେଶ୍ୟ ଥିଲା। ଏହାର ଲକ୍ଷ୍ୟ ଥିଲା, ଚନ୍ଦ୍ରର ଭୂମଧ୍ୟ ରେଖା ନିକଟରେ ଥିବା ଶିଓଲି କ୍ରେଟରର ୧୦୦ ମିଟର ମଧ୍ୟରେ ଅବତରଣ କରିବା, ଯାହା ପୂର୍ବରୁ କେବେ ହାସଲ କରାଯାଇ ନଥିଲା। ଯଦିଓ ସ୍ଲିମ୍ ଟାର୍ଗେଟ୍‌ଠାରୁ ପ୍ରାୟ ୫୫ ମିଟର ଦୂରରେ ଅବତରଣ କରିଥିଲା, ତଥାପି ଏହା ନିର୍ଦିଷ୍ଟ ଲ୍ୟାଣ୍ଡିଂ ଜୋନ୍ ମଧ୍ୟରେ ଅବତରଣ କରିଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories