www.samajalive.in
Monday, December 8, 2025
27.1 C
Bhubaneswar

ଆଳୁ ଦାମ୍‌‌ ଏତେ ; ୧୦ କିମ୍ବା ୨୦ ନୁହେଁ ଆଶ୍ଚର୍ଯ୍ୟ କରିବ ଦାମ୍‌‌,ଜାଣନ୍ତୁ କେତେ..

ଆଳୁକୁ ପରିବାର ରାଜା ବୋଲି କୁହାଯାଏ। ଅଧିକାଂଶ ତରକାରୀରେ ଆଳୁ ବ୍ୟବହାର କରାଯାଇଥାଏ। ଆଳୁ ପ୍ରତ୍ୟେକ ତରକାରୀର ସ୍ୱାଦ ବଢାଇଥାଏ। ଏହାକୁ ଅଧିକ ସମୟ ପର୍ଯ୍ୟନ୍ତ ମଧ୍ୟ ରଖାଯାଇପାରିବ। ଏହାସହ ଅନ୍ୟ ପନିପରିବା ତୁଳନାରେ ଆଳୁ ଦାମ୍‌‌ ମଧ୍ୟ ଖୁବ କମ୍‌‌।
ମାତ୍ର ଏପରି ଏକ ଆଳୁ ବିଷୟରେ ଜାଣନ୍ତୁ,ଯାହାର ଦାମ୍‌‌ ଜାଣି ଆପଣଙ୍କ ମୁଣ୍ଡ ବୁଲାଇବ। ବଜାରରେ ଏହି ଆଳୁର ଦାମ୍‌‌ ୧୦ କିମ୍ବା ୨୦ ଟଙ୍କା ନୁହେଁ ବରଂ ବହୁତ୍‌‌ ଅଧିକ। ଏହି ଆଳୁ କିଣିବା ପାଇଁ ଆପଣଙ୍କୁ ଲୋନ୍‌‌ ନେବାକୁ ପଡିପାରେ। ଜାଣନ୍ତୁ..
ଏହି ଆଳୁ ଦାମ୍‌‌ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହାପରେ ମନରେ ଧାରଣା ଆସିବ ଏହି ଆଳୁ ବଦଳରେ ସୁନା କିଣିବା ଭଲ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହା ଖୁବ୍‌‌ ମହଙ୍ଗା ହେବା ପରେ ମଧ୍ୟ ଏହି ଆଳୁର ଖୁବ୍‌‌ ଚାହିଦା ରହିଛି। ଏହି ଆଳୁର ନାମ ହେଉଛି, Le Bonate । ଆଳୁର ଦାମ୍‌‌ ଜାଣି ଆପଣଙ୍କ ହୋସ୍‌‌ ଉଡିଯିବ। ଏହି ଆଳୁର ଏକ କେଜି ଦାମ୍‌‌ ହେଉଛି ୫୦ ହଜାର ଠାରୁ ଆରମ୍ଭ ହୋଇଛି ୯୦ ହଜାର ଟଙ୍କା। ଏହି ଆଳୁ ଦାମ୍‌‌ରେ ଆପଣ ସୁନା କିଣିପାରିବେ। ଏହି ଆଳୁକୁ ଫ୍ରାନ୍ସର ଏକ ସ୍ୱତନ୍ତ୍ର ସ୍ଥାନରେ ଚାଷ କରାଯାଏ। ବାଲିଆ ମାଟିରେ ଏହାକୁ ଚାଷ କରାଯାଏ। ସାମୁଦ୍ରିକ ଶୈବାଳ ଏହା ପାଇଁ ସାର ଭାବେ ବ୍ୟବହାର କରାଯାଏ। ଏହାକୁ କେବଳ ୫୦ ବର୍ଗ ମିଟରର ଭୂମିରେ ଚାଷ କରାଯାଏ। ବଜାରରେ କେବଳ ୧୦ ଦିନ ପାଇଁ ଏହି ଆଳୁ ବିକ୍ରି କରାଯାଏ। ଏହି କାରଣରୁ ଆଳୁ ଏତେ ମହଙ୍ଗା ହୋଇଥାଏ।
ଏହି ଆଳୁରେ ଅନେକ ପୋଷକ ତତ୍ତ୍ୱ ରହିଛି। ଏହାର ଚୋପା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଉପକାରୀ। ଏହି ଆଳୁ ଖାଇଥିବା ଲୋକେ କହିଛନ୍ତି, ଏହାର ସ୍ୱାଦ ଲେମ୍ବୁ, ଲୁଣ ଓ ଅଖରୋଟ୍‌‌ର ମିଶ୍ରିତ ସ୍ୱାଦ। ବିଶେଷ କରି ଏହି ଆଳୁରେ ସାଲାଡ୍‌‌, ସୁପ୍‌‌ ଓ କ୍ରିମ ପ୍ରସ୍ତୁତ କରାଯାଏ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories