www.samajalive.in
Monday, December 8, 2025
27.1 C
Bhubaneswar

ତରକାରୀରୁ ବାହାରିଲା ସାପ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ବାସନରେ ରଖାଯାଇଥିବା ତରକାରୀରେ ଜୀଅନ୍ତା ସାପ ମିଳିଛି । ସୂଚନା ଅନୁସାରେ ଏକ ସ୍ଥାନରେ ଭୋଜି ଚାଲିଥିଲା । ସମସ୍ତେ ଭୋଜନ ଗ୍ରହଣ କରୁଥିଲେ । କିନ୍ତୁ ଅଚାନକ ଏହି ସମୟରେ ତରକାରୀ ବାଲଟି ଭିତରୁ ଏକ ଜୀଅନ୍ତା ସାପ ବାହାରିଥିଲା ।

- Advertisement -

ସାମାଜିକ ଗଣମାଧ୍ୟମରେ ଏହି ଭିଡିଓ ଭାଇରାଲ ହେବା ପରେ ସମସ୍ତେ ଚକିତ ହୋଇଯାଇଛନ୍ତି । କୁହାଯାଉଛି କି ଖାଦ୍ୟ ବାଣ୍ଟିବା ସମୟରେ ତରକାରୀ ବାଲଟିରୁ ସାପଟି ମିଳିଥିଲା । ପ୍ରଥମେ ତରକାରୀରେ କିଛି ହଲଚଲ ହେଉଥିବା ନଜର ଆସିଥିଲା । ଡାବରେ କାଢି ଦେଖିବା ପରେ ଏହା ଏକ ସାପ ବୋଲି ଦେଖିବାକୁ ମିଳିଥିଲା ।

ତେବେ ଏହି ଦୃଶ୍ୟକୁ କେହି ନିଜ ମୋବାଇଲରେ କଏଦ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଦେଇଥିଲେ । ପରେ ଏହା ଭାଇରାଲ ହୋଇଯାଇଥିଲା । ଏଥିରେ ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଭିଡିଓଟି ସମସ୍ତଙ୍କୁ ଚକିତ କରିଛି । ଲୋକେ ଏଥିରେ ମଜାରେ କମେଣ୍ଟ ଦେଉଛ୍ତି କି ଏଥର ଭୋଜି ଖାଇବା ପୂର୍ବରୁ ଶହେ ଥର ଚିନ୍ତା କରିବାକୁ ପଡିବ ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories