www.samajalive.in
Sunday, December 7, 2025
15.1 C
Bhubaneswar

ବିଡିଏର ଗ୍ରୀନ ଭୁବନେଶ୍ୱର ଭିଜନ : ରାଜଗଡ ପଟିଆ ପାର୍କର ଭୂମିପୂଜା

ଭୁବନେଶ୍ୱର, : ଭୁବନେଶ୍ୱର (ଉତ୍ତର) ର ମାନ୍ୟବର ବିଧାୟକ ସୁଶାନ୍ତ କୁମାର ରାଉତ ରାଜଗଡ଼ ସ୍ଥିତ ପଟିଆ ପାର୍କର ଭୂମିପୂଜା କରିଛନ୍ତି। ଏଥିସହିତ ବିଧାୟକ, ଗାଡ଼କଣ ଠାରେ ଅବସ୍ଥିତ ଗୁରୁ କେଳୁ ଚରଣ ମହାପାତ୍ର ପାର୍କର ନିର୍ଦ୍ଧାରିତ ପାର୍କିଂ ପ୍ଲାଜା ଓ ୯୦୦ ମିଟର ଦୀର୍ଘ ନେଚର୍ସ ଟ୍ରେଲ୍ (ପ୍ରକୃତି ପଥ) କୁ ଉଦଘାଟନ କରିଛନ୍ତି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଏହି ପାର୍କର ବିକାଶ ଓ ରକ୍ଷଣାବେକ୍ଷଣ କରାଯାଉଛି। ଏହି କାର୍ଯ୍ୟକ୍ରମରେ ବିଏମସି ମେୟର ସୁଲୋଚନା ଦାସ, ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂହ, ସିଟି ଡିଭିଜନର ଡିଏଫଓ ଅଜିତ କୁମାର ଶତପଥୀ, ସ୍ଥାନୀୟ କର୍ପୋରେଟର ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଶ୍ମଶାନ ନିକଟରେ ଥିବା ୧୧ ଏକର ପରିମିତ ରାଜଗଡ଼ ପଟିଆ ପାର୍କକୁ ଘଞ୍ଚଜଙ୍ଗଲ ରେ ପରିଣତ କରି ଏହି ସ୍ଥାନକୁ ସମ୍ପୂର୍ଣ ଭାବେ ସବୁଜ ଆସ୍ତରଣ ରେ ପରିଣତ କରିବାକୁ ପରିକଳ୍ପନା କରାଯାଇଛି। ଏଥିରେ ପ୍ରକୃତି ଟ୍ରେଲ, ରିଫ୍ଲେକ୍ସୋଲୋଜି ପଥ, ବର୍ଷା ଆଶ୍ରୟସ୍ଥଳ, ଜଳାଶୟ ଏବଂ ପାର୍କିଂ ପାଇଁ ପର୍ଯ୍ୟାପ୍ତ ସ୍ଥାନ ସମେତ ବିଭିନ୍ନ ସୁବିଧାକୁ ଉପଲବ୍ଧ ରହିବ । ଏହାବ୍ୟତୀତ ଓପନ୍ ଏୟାର ଜିମ୍, ପିଲାଙ୍କ ଖେଳ ପଡ଼ିଆ ଓ ଯୋଗ ସ୍ଥାନର ବ୍ୟବସ୍ଥା କରାଯାଇଛି। ଏହି ପାର୍କରେ ବସିବା ପାଇଁ ପର୍ଯ୍ୟାପ୍ତ ସୁବିଧା କରାଯିବା ସହିତ ଏଠାରେ ପର୍ଯ୍ୟଟକଙ୍କ ପାଇଁ ଖୋଲା ସ୍ଥାନ ରହିବ।

- Advertisement -

ପଟିଆ ଠାରେ ଏକ ପାର୍କ ପ୍ରତିଷ୍ଠା ପାଇଁ ବର୍ଷ ବର୍ଷ ଧରି ସ୍ଥାନୀୟ ଲୋକଙ୍କ ଦାବିରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା । ସହରାଞ୍ଚଳ ରେ ଏଭଳି ଜଙ୍ଗଲ ଉଦ୍ୟାନ ସହରର ପରିବେଶ ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ଜଙ୍ଗଲ ଉଦ୍ୟାନ ବାୟୁକୁ ଶୁଦ୍ଧ କରି ସହରର ଫୁସଫୁସ ଭାବରେ କାର୍ଯ୍ୟ କରିଥାଏ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। କେବଳ ଏତିକି ନୁହେଁ ବରଂ ବିଭିନ୍ନ ଉଦ୍ଭିଦ ଏବଂ ଜୀବଜନ୍ତୁଙ୍କ ପାଇଁ ଏହା ଏକ ନିର୍ଭରଯୋଗ୍ୟ ବାସସ୍ଥାନ ପ୍ରଦାନ କରିବାରେ ସହାୟକ ହୋଇଥାଏ। ଯାହା ଫଳରେ ଏଠାକୁ ଆସୁଥିବା ସ୍ଥାନୀୟ ଲୋକ ଓ ପର୍ଯ୍ୟଟକ ମାନେ ପକ୍ଷୀ ଦର୍ଶନ କରିପାରିବେ।ଏଥିସହ ପ୍ରକୃତି ଶିକ୍ଷା କାର୍ଯ୍ୟକ୍ରମ ପରି ମନୋରଞ୍ଜନ କାର୍ଯ୍ୟକଳାପକୁ ମଧ୍ୟ ଏହି ସ୍ଥାନରେ ପରବର୍ତ୍ତୀ ସମୟରେ ଆରମ୍ଭ କରାଯିବ, ଯାହା ସ୍ଥାନୀୟ ବାସିନ୍ଦା ଏବଂ ପ୍ରକୃତି ମଧ୍ୟରେ ଏକ ନିର୍ଭରଯୋଗ୍ୟ ବନ୍ଧନକୁ ପ୍ରୋତ୍ସାହିତ କରିବାରେ ସହାୟକ ହେବ।

ସେହିପରି ଗାଡ଼କଣସ୍ଥିତ ଗୁରୁ କେଳୁ ଚରଣ ମହାପାତ୍ର ପାର୍କରେ ପାର୍କିଂ ସ୍ଥଳ ଓ ପ୍ରକୃତି ଟ୍ରେଲ୍ ଗଢ଼ି ତୋଳିବା ବିଡିଏର ଗ୍ରୀନ ଭୁବନେଶ୍ୱର ଭିଜନର ଏକ ଅଂଶ ବିଶେଷ। ୧.୧ ଏକର ପରିମିତ ଏହି ପାର୍କିଂ ରେ ୧୦୦ରୁ ଅଧିକ ଚାରି ଚକିଆ ଓ ୨୨୦ରୁ ଅଧିକ ଦୁଇ ଚକିଆ ଯାନ ରହିପାରିବ। ଡାହାଣ ସମାନ୍ତରାଳ ରୋଡ ରୁ ଗୁରୁ କେଳୁ ଚରଣ ମହାପାତ୍ର ପାର୍କକୁ ସ୍ଥାନାନ୍ତରିତ ହୋଇଥିବା ଏକ ବଡ଼ ବରଗଛକୁ ବଞ୍ଚାଇବା ପାଇଁ ବିଡିଏର ପ୍ରୟାସକୁ ଉପସ୍ଥିତ ସମସ୍ତେ ପ୍ରଶଂସା କରିଥିଲେ।

ଆସନ୍ତା ୬ ମାସ ମଧ୍ୟରେ ପଟିଆ ପାର୍କ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ଶେଷ ହେବ ବୋଲି ବିଡିଏ ଉପାଧ୍ୟକ୍ଷ ଶ୍ରୀ ସିଂହ କହିଛନ୍ତି। ଆଗାମୀ ଦିନରେ ସବୁଜ ଭିତ୍ତିଭୂମି ପାଇଁ ସହଯୋଗ କରିବାକୁ ସେ ସହରବାସୀଙ୍କୁ ଅନୁରୋଧ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories