www.samajalive.in
Monday, December 8, 2025
27.1 C
Bhubaneswar

କେନ୍ଦ୍ର ସରକାର କୃଷକଙ୍କର ୪ ଲକ୍ଷ କୋଟି ଟଙ୍କାର ଋଣ ଛାଡ କରିପାରନ୍ତି: ରିପୋର୍ଟ

ନୂଆଦିଲ୍ଲୀ . – ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର କୃଷକମାନଙ୍କର ୪ ଲକ୍ଷ କୋଟି ଟଙ୍କାର ଋଣ ଛାଡ କରିପାରନ୍ତି ବୋଲି  ସୂଚନା ମିଳିଛି ।   ସଦ୍ୟ ପ୍ରକାଶିତ ୫ଟି ରାଜ୍ୟର ବିଧାନ ସଭା ଫଳାଫଳ ପରେ କେନ୍ଦ୍ର ସରକାର କୃଷକମାନଙ୍କ ସହାନୁଭୂତି ପାଇବା ପାଇଁ ଏପରି କରିପାରନ୍ତି ବୋଲି ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଖବର ପ୍ରକାଶନ ସଂସ୍ଥା ଖବର  ପ୍ରକାଶ କରିଛନ୍ତି । ପୂର୍ବରୁ  ୨୦୦୮ ମସିହାରେ କଂଗ୍ରେସ ସରକାର ଥିବା ବେଳେ କୃଷକମାନଙ୍କର ପ୍ରାୟ ୭୨ ହଜାର କୋଟି ଟଙ୍କା ଋଣ ଛାଡ କରାଯାଇଥିଲା ।

ଭାରତରେ ୨୬.୩ କୋଟିରୁ ଅଧିକ ଲୋକ କୃଷକ ।   ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ କୃଷକଙ୍କ ପ୍ରସଙ୍ଗ ନିର୍ବାଚନ ଫଳାଫଳ ଉପରେ  ପ୍ରଭାବ ପକାଇଥିବା ଚର୍ଚ୍ଚା ହେଉଛି । କୃଷକଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ଏପରି ପଦକ୍ଷେପ ଗ୍ରହଣ କରିପାରନ୍ତି ବୋଲି ଅନ୍ତର୍ଜାତୀୟ ଖବର ପ୍ରସାରଣ ସଂସ୍ଥା  ରଏଟରରେ ଏକ ଖବର ପ୍ରକାଶିତ  ହୋଇଛି । ସାଧାରଣ ନିର୍ବାଚନ ପାଇଁ ଆଉ ଅଳ୍ପ ଦିନ ବାକି ଥିବାରୁ ସରକାର ଏହି ନିଷ୍ପତ୍ତି ନେଇ ପାରନ୍ତି ବୋଲି ଆକଳନ କରାଯାଉଛି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories