www.samajalive.in
Thursday, December 11, 2025
26.1 C
Bhubaneswar

ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକକୁ ଛୁରାମାଡ, ଥାନାରେ ଜଣେ ଅଟକ

ଧାମରା : ଭଦ୍ରକ ଜିଲା ବାଂଶଡା ଥାନା ଅଧିନସ୍ଥ ଚଡଦିଆ ପଞ୍ଚାୟତ ତ୍ରୀନାଥ ବଜାର ସାର୍ବଜନୀନ ସରସ୍ୱତୀ ପଡିଆରେ ଅପେରା ଶୋ ଚାଲିଥିବାବେଳେ ପୁର୍ବ ଶତ୍ରୂତାକୁ କେନ୍ଦ୍ରକରି ଜଣେ ଯୁବକକୁ ଛୁରାମାଡ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ଘଟଣାରୁ ଯାହା ଜଣାଯାଏ ସରସ୍ୱତୀ ପୂଜା ଉପଲକ୍ଷେ ଚାନ୍ଦବାଲି ବ୍ଲକ ଚଡଦିଆ ସରସ୍ୱତୀ ପୂଜା ପଡିଆରେ ଏକ ଅପେରା ଶୋ ଚାଲିଥିବା ବେଳେ ଗତକାଲି ରାତିରେ ପୁର୍ବ ଶତ୍ରୂତାକୁ କେନ୍ଦ୍ର କରି ଧାମରା ଅଞ୍ଚଳର ଯୁବକ ଭଜୁ ତରାଇ ଓରଫ ଲକି ତରାଇ ଏବଂ ତାଙ୍କ ସହଯୋଗୀ ଗୟାଧର ପରିଡାଙ୍କ ପୁଅ ରଘୁନାଥ ପରିଡା ଚାନ୍ଦବାଲି ବ୍ଲକ ଓରାସାହି ପଞ୍ଚାୟତ ନେଢୁଆଳି ଗ୍ରାମର ପ୍ରକାଶ ମାଝୀକୁ ଛୁରାରେ ଆକ୍ରମଣ କରିଥିଲେ।

- Advertisement -

ଯାତ୍ରା କମିଟର କର୍ମକର୍ତାମାନେ୩ ଜଣେ ଆସାମୀକୁ ଓରଫ ଲକିକୁ ଧରି ବାଂଶଡା ଥାନାକୁ ଖବର ଦେଇଥିବା ବେଳେ ଅନ୍ୟ ଜଣେ ଆସାମୀ ରଘୁନାଥ ଖସି ଯାଇଥିଲେ। ଅନ୍ୟ ପକ୍ଷରେ ଛୁରାମାଡରେ ଶିକାର ହୋଇଥିବା ଯୁବକ ପ୍ରକାଶଙ୍କ ବାମ କାନ୍ଧରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ମୁଖୟ ଚିକିତ୍ସ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ବାଂଶଡା ପୋଲିସ ଜଣକୁ ଥାନାରେ ଅଟକ ରଖି ମୁଖ୍ୟ ଆସମୀକୁ ଖୋଜୁଥିବା ଥାନାଧିକାରୀ ଦେବରାଜ ଜେନା ସୂଚନା ଦେଇଛନ୍ତି।

Hot this week

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

Related Articles

Popular Categories