www.samajalive.in
Monday, December 8, 2025
17.1 C
Bhubaneswar

ପଲ୍ଲବୀ ପବ୍ଲିକ ସ୍କୁଲରେ ପିତୃମାତୃ ପୂଜନ କାର୍ଯ୍ୟକ୍ରମ

ପିପିଲି : ପିପିଲି ନିକଟବର୍ତ୍ତୀ ମଠସାହି ସ୍ଥିତ ପଲ୍ଲବୀ ପବ୍ଲିକ ସ୍କୁଲର ଷଷ୍ଠ ବାର୍ଷିକ ଉତ୍ସବ ପାଳନ ଅବସରରେ ଶୁକ୍ରବାର ପୂର୍ବାହ୍ନରେ ପିତୃମାତୃ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍କୁଲର ଚେୟାରମ୍ୟାନ୍ ବିଶ୍ବଜିତ ରାୟଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ପିତାମାତାମାନେ ଯୋଗଦେଇଥିଲେ। ଛାତ୍ରଛାତ୍ରୀଙ୍କ ଦ୍ୱାରା ପିତୃମାତୃ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏକ ଭାବମୟ ପରିବେଶ ସୃଷ୍ଟି ହୋଇଥିଲା।
ଏହି ଅବସରରେ ଆୟୋଜିତ “ହାପି ପ୍ୟାରେଣ୍ଟସ୍” ଶୀର୍ଷକ ଆଲୋଚନାଚକ୍ରରେ ଅତିଥି ଭାବେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ତଥା ପିପିଲି ସାଂସ୍କୃତିକ ପରିଷଦର ସମ୍ପାଦକ ରମେଶ  ଚନ୍ଦ୍ର ମହାପାତ୍ର, ଖୋର୍ଦ୍ଧା ଜିଲା ସତ୍ୟସାଇ ସେବା ସଂଗଠନ ସଂଯୋଜକ ସୁରେଶ କୁମାର ସାହୁ, ପୁରୀ ଜିଲା ସଂଯୋଜକ ସୁକାନ୍ତ କୁମାର ଜେନା, ଡକ୍ଟର ତପନ କୁମାର ଦାଶ, ବିଦ୍ୟାଳୟ ସଂପାଦକ ପବିତ୍ର କୁମାର ପରିଡା, ଅଧ୍ୟକ୍ଷ ପିତବାସ ମହାନ୍ତି ପ୍ରମୁଖ ଯୋଗଦେଇ ବିଦ୍ୟାଳୟର ଏଭଳି ପ୍ରାୟାସକୁ ସାଧୁବାଦ ଜଣାଇବା ସହ ବିଦ୍ୟାଳୟରେ ଚାପମୁକ୍ତ ଶିକ୍ଷାଦାନ ବ୍ୟବସ୍ଥା ସହ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ କୃତୀତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହାପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାରିବେଷିତ ହୋଇଥିଲା।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories