www.samajalive.in
Monday, December 8, 2025
27.1 C
Bhubaneswar

୫ ବର୍ଷ ପରେ ପଡ଼ୁଛି ‘ଧନ ଶକ୍ତି ଯୋଗ’; ଏହି ୩ ରାଶିଙ୍କ ବଦଳିବ ଭାଗ୍ୟ

ଡେସ୍କ: ବୈଦିକ ଜ୍ୟୋତିଷ ଅନୁସାରେ, ଗ୍ରହ ଅନ୍ୟ ଗ୍ରହ ସହ ସଂଯୋଗ ସ୍ଥାପନ କରି ଯୋଗ ଓ ରାଜଯୋଗ ଆଣିଥା’ନ୍ତି। ଏହି ଯୋଗର ପ୍ରଭାବ ମଣିଷ ଜୀବନ ଓ ଦେଶ-ଦୁନିଆ ଉପରେ ପଡ଼ିଥାଏ। ମକର ରାଶିରେ ଶୁକ୍ର ଓ ମଙ୍ଗଳଙ୍କ ସଂଯୋଗ ହେଉଛି। ଯଦ୍ବାରା ଧନ ଶକ୍ତି ଯୋଗ ପଡ଼ୁଛି। ଏହି ଯୋଗ କିଛି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ୍ ଲାଭଦୟକ ସାବ୍ୟସ୍ତ ହୋଇପାରେ। ଆସନ୍ତୁ ଜାଣିବା କେଉଁ ରାଶିମାନଙ୍କ ଭାଗ୍ୟ ବଦଳିବାକୁ ଯାଉଛିଟ୍ଟ

ମେଷ ରାଶି:
ଧନ ଶକ୍ତି ଯୋଗ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭ ଫଳଦାୟୀ। ବୈବାହିକ ଜୀବନ ସୁଖପ୍ରଦ ହେବ। ଏଥିସହ ପ୍ରେମ ସମ୍ପର୍କରେ ମଧ୍ୟ ସଫଳତା ମିଳିପାରେ। ସମ୍ପର୍କରେ ମଧୁରତା ଆସିବ। ଏହା ବ୍ୟତୀତ ସାହସ, ପରାକ୍ରମ ବୃଦ୍ଧି ହେବ। କ୍ୟାରିୟର ସମ୍ବନ୍ଧୀୟ ଶୁଭ ଖବର ମିଳିବ।

- Advertisement -

କନ୍ୟା ରାଶି:
ଏହି ରାଶି ପାଇଁ ଧନ ଶକ୍ତି ଯୋଗ ଲାଭଦାୟକ ହୋଇପାରେ। ମାନସିକ ଶାନ୍ତି ମିଳିବ। ବୈବାହିକ ଓ ପ୍ରେମ ସମ୍ପର୍କ ମଜଭୁତ ହେବ। ସନ୍ତାନ ସୁଖ ପ୍ରାପ୍ତି ହେବ। ଆକସ୍ମିକ ଧନ ପ୍ରାପ୍ତି ହୋଇପାରେ। ଆୟ ବୃଦ୍ଧି ପାଇବ।

ମକର ରାଶି:
ଏହି ଯୋଗ ମକର ରାଶି ପାଇଁ ବେଶ୍ ଅନୁକୂଳ। ବୈବାହିକ ଜୀବନ ସୁଖମୟ ହେବ। ଜୀବନସାଥୀଙ୍କ ସହ ସମ୍ପର୍କ ମଜଭୁତ ହେବ। ଏହି ସମୟରେ ଗାଡ଼ି କିମ୍ବା ସମ୍ପତ୍ତି କ୍ରୟ କରିପାରନ୍ତି। ନିବେଶରୁ ମଧ୍ୟ ଲାଭ ମିଳିବ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories