www.samajalive.in
Tuesday, December 9, 2025
17.1 C
Bhubaneswar

ଦେଶରେ ସର୍ବାଧିକ ବେତନପ୍ରାପ୍ତ ଆଇଟି ସିଇଓ ନୁହଁନ୍ତି ଭାରତୀୟ, ପ୍ୟାକେଜ୍‌ କରିବ ଚକିତ

ନୂଆଦିଲ୍ଲୀ: ଅଧିକ ବେତନ ଦେବା ନେଇ ଆଇଟି ସେକ୍ଟର ସର୍ବଦା ଚର୍ଚ୍ଚାରେ ରହିଥାଏ। ଗତ ବର୍ଷ ସର୍ବାଧିକ ବେତନ ପ୍ରାପ୍ତ ୧୦ଜଣ ସିଇଓଙ୍କ ମଧ୍ୟରେ ୭ ଜଣ ଆଇଟି କ୍ଷେତ୍ରରୁ ଥିଲେ। ତେବେ କ’ଣ ଆପଣ ଜାଣନ୍ତି ଯେ, ଭାରତରେ ଆଇଟି ସେକ୍ଟରେ ସବୁଠାରୁ ଅଧିକ ବେତନ କାହାକୁ ମିଳିଥାଏ? ଏହାର ଉତ୍ତର ପ୍ରାୟତଃ ଖୁବ୍‌ ଲୋକଙ୍କୁ ଜଣାଥିବ। ଭାରତରେ ସର୍ବାଧିକ ବେତନ ପ୍ରାପ୍ତ ଆଇଟି ସିଇଓ ହେଉଛନ୍ତି ଥିଏରୀ ଡେଲାପୋର୍ଟେ। ସେ ହେଉଛନ୍ତି ୱିପ୍ରୋର ମୁଖ୍ୟ କର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ)। କିନ୍ତୁ କୌତୁହଳର ବିଷୟ ହେଉଛି, ସେ ଭାରତୀୟ ନୁହଁନ୍ତି। ସେ ଫ୍ରାନ୍ସର ନାଗରିକ ଏବଂ ୨୦୨୦ରେ ୱିପ୍ରୋରେ ଯୋଗ ଦେଇଥିଲେ। ଥିଏରୀ ଡେଲାପୋର୍ଟେ ୱିପ୍ରୋର ପରିଚାଳନା ନିର୍ଦେଶକ(ଏମ୍‌ଡି) ମଧ୍ୟ ଅଛନ୍ତି।

ଥିଏରୀ ଡେଲାପୋର୍ଟେଙ୍କୁ ଆର୍ଥିକ ବର୍ଷ ୨୩ରେ ୮୨ କୋଟି ଟଙ୍କାର ପ୍ୟାକେଜ୍ ମିଳିଥିଲା। ଏଥିରେ ତାଙ୍କ ଦରମା, ବୋନସ୍, ଭତ୍ତା, କମିସନ୍‌ ଏବଂ ଅନ୍ୟାନ୍ୟ ସୁବିଧା ଅନ୍ତର୍ଭୁକ୍ତ। ବିଶ୍ବ ଆଇଟି କ୍ଷେତ୍ରରେ ତାଙ୍କର ୩୦ ବର୍ଷର ଅଭିଜ୍ଞତା ଅଛି। ୱିପ୍ରୋରେ ଯୋଗଦେବା ପୂର୍ବରୁ ସେ କ୍ୟାପଜେମିନିର ସିଇଓ ଥିଲେ। ଏହା ଫ୍ରାନ୍ସର ଏକ ଆଇଟି କମ୍ପାନୀ। ଜୁଲାଇ ୨୦୨୦ରେ ସେ ୱିପ୍ରୋର ଏମଡି ତଥା ସିଇଓ ଭାବେ ନିଯୁକ୍ତ ହୋଇଥିଲେ।

- Advertisement -

ସମସ୍ତ ସେକ୍ଟରକୁ ମିଶାଇ କହିଲେ, ସର୍ବାଧିକ ବେତନ ପାଉଥିବା ସିଇଓ ତଥା ଏମଡି ହେଉଛନ୍ତି ହିରୋ ମୋଟୋକର୍ପର ପୱନ ମୁଞ୍ଜାଲ। ବ୍ଲୁମବର୍ଗ ତଥ୍ୟ ଅନୁଯାୟୀ, ୨୦୨୨-୨୩ ମସିହାରେ ତାଙ୍କ ପ୍ୟାକେଜ୍ ୯୯ କୋଟି ଟଙ୍କା ଥିଲା। ଏହି ପରିପ୍ରେକ୍ଷୀରେ କୌଣସି କ୍ଷେତ୍ରରେ ସର୍ବାଧିକ ବେତନ ନେଉଥିବା ଲୋକଙ୍କ ତାଲିକାରେ ଥିଏରୀ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories