www.samajalive.in
Tuesday, December 9, 2025
23.1 C
Bhubaneswar

ମହିଳାଙ୍କ ପାଇଁ ସ୍ବତନ୍ତ୍ର ଯୋଜନା, ମିଳିବ ଫିକ୍ସଡ୍ ଡିପୋଜିଟଠୁ ଅଧିକ ସୁଧ

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, ଏଚଡିଏଫସି, ଆକ୍ସିସ ଏବଂ ଇଣ୍ଡସଇଣ୍ଡ ବ୍ୟାଙ୍କ ନିକଟରେ ଫିକ୍ସ୍ଡ ଡିପୋଜିଟର ସୁଧ ହାରରେ ବୃଦ୍ଧି କରିଛନ୍ତି । ଯଦି ଆପଣ ଏହି ବ୍ୟାଙ୍କ ବା ଅନ୍ୟ କୌଣସି ବ୍ୟାଙ୍କରେ ଏଫଡି କରାଇବାର ଯୋଜନା କରୁଛନ୍ତି ତେବେ ତା ପୂର୍ବରୁ ‘ମହିଳା ସମ୍ମାନ ସେଭିଂଙ୍ଗ୍ସ ସାର୍ଟିଫିକେଟ୍’(MSSC) ସମ୍ପର୍କରେ ମଧ୍ୟ ଜାଣିବା ଉଚିତ୍ ।

ଏହା ମହିଳାଙ୍କ ପାଇଁ ଏକ ବିଶେଷ ଯୋଜନା । ଏଥିରେ ୭.୫ ପ୍ରତିଶତର ବାର୍ଷିକ ସୁଧ ଦିଆଯାଉଛି । ଏଥିରେ ସର୍ବନିମ୍ନ ୧୦୦୦ ଟଙ୍କାଠୁ ଆରମ୍ଭ କରି ସର୍ବାଧିକ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରିହେବ । ଏଥିରେ ୨ ବର୍ଷ ପାଇଁ ନିବେଶ କରିବାକୁ ପଡିଥାଏ । ଆପଣ ସମୟ ଅବଧି ପୂର୍ବରୁ ପଇସା ଉଠାଇ ପାରିବେନି । ତେବେ ଯଦି କୌଣସି ଜରୁରି ପରିସ୍ଥିତି ଆସେ ତେବେ ୨ ବର୍ଷ ପୂର୍ବରୁ କିନ୍ତୁ ୬ ମାସ ପରେ ଆକାଉଣ୍ଟ ବନ୍ଦ କରିହେବ । ତେବେ ଏମିତି କରିବା ଦ୍ବାରା ୭.୫ ପ୍ରତିଶତ ବଦଳରେ ୫.୫ ପ୍ରତିଶତ ସୁଧ ମିଳିବ । ଏହି ସୁଧ ମୂଳ ରାଶିରେ ହିଁ ଦିଆଯିବ । ଏହା ବ୍ୟତୀତ ଆପଣ ୧ ବର୍ଷ ପରେ ୪୦ ପ୍ରତିଶତ ରାଶି ଉଠାଇ ପାରିବେ ।

- Advertisement -

ଏହି ଯୋଜନା ଅନୁସାରେ ମହିଳା ନିଜ ପାଇଁ ଆକାଉଣ୍ଟ ଖୋଲିପାରିବେ । ଏହା ବ୍ୟତୀତ ମାତା-ପିତା(ଅଭିଭାବକ) ନିଜ ଝିଅ(ନାବାଳିକା) ନାଁରେ ମଧ୍ୟ ମହିଳା ସମ୍ମାନ ସେଭିଂଙ୍ଗ୍ସ ସାର୍ଟିଫିକେଟରେ ନିବେଶ କରିପାରିବେ । ଅର୍ଥାତ୍ ଏଥିରେ ନାବାଳିକା ଝିଅ ନାଁରେ ମଧ୍ୟ ନିବେଶ କରିହେବ । ଆପଣ କୌଣସି ବି ଡାକଘରେ ଏବଂ ଅଧିକୃତ ବ୍ୟାଙ୍କରେ ଏମଏସଏସସି ଖାତା ଖୋଲିପାରିବେ ।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories