କଣ୍ଟାବାଞ୍ଜି: ପଞ୍ଚିମ ଓଡ଼ିଶା ତଥା ସାରା ରାଜ୍ୟରେ ନିଜ ଗୀତ ପାଇଁ ସୁନାମ ଅର୍ଜନ କରିଥିବା ରୁକୁ ସୁନାଙ୍କୁ ଶ୍ରେଷ୍ଠ ସମ୍ବଲପୁରୀ ଗାୟକ ଭାବେ ସମ୍ମାନିତ କରାଯାଇଛି। ଭୁବନେଶ୍ଵର ଉତ୍କଳ ମଣ୍ଡପଠାରେ ସଞ୍ଜୟ ମହାକୁଡ଼ଙ୍କ ଦ୍ୱାରା ଗ୍ଲାମର ୭୭ର ପଞ୍ଚମ ବର୍ଷ ଓଡ଼ିଶା ମ୍ୟୁଜିକ ଆୱାର୍ଡ ୨୦୨୪ରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ରୁକୁ ସୁନା ଜଣେ ଭଲ ଗାୟକ ହୋଇଥିବା ବେଳେ ସମ୍ବଲପୁରୀ ଭାଷାରେ ସଙ୍ଗୀତ ପ୍ରେମୀଙ୍କୁ ଅନେକ ହିଟ୍ ଗୀତ ଭେଟି ଦେଇଛନ୍ତି। ଭୋଜପୁରୀ, ଛତିଶଗଡି, ହିନ୍ଦୀ, ତେଲଗୁ ସହ ବିଭିନ୍ନ ଭାଷାରେ ସେ ଗୀତ ଗାଇଛନ୍ତି। ରୁକୁ ସୁନା ଗୀତ ଗାଇବା ସହ ଜଣେ ଅଭିନେତା ମଧ୍ୟ। ଅନେକ ସମ୍ବଲପୁରୀ ଫିଲ୍ମରେ ସେ ଅଭିନୟ କରିଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ତାଙ୍କ ପ୍ରଶଂସକ ରହିଛନ୍ତି। ପଦ୍ମଶ୍ରୀ ଡ. ଜିତେନ୍ଦ୍ର ହରପାଳ, ସଂଗୀତଜ୍ଞ ମଳୟ ମିଶ୍ର, ଅଭିଜିତ ମଜୁମଦାର, ଆଲବମ ପ୍ରୟୋଜକ ଦେବେନ୍ଦ୍ର ସାହୁ, ନରେନ୍ଦ୍ର ଦୀପ, ଜଗମୋହନ ତାଣ୍ଡି, ଶୋଭିତ ତାଣ୍ଡି ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ପ୍ରଶଂସକମାନେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।
Popular Categories



