www.samajalive.in
Monday, December 8, 2025
17.1 C
Bhubaneswar

ତହସିଲ କାର୍ଯ୍ୟାଳୟ ସମ୍ମୁଖରୁ ବାଇକ୍ ଡିକି ଭାଙ୍ଗି ଟଙ୍କା ଲୁଟ

ଝୁମ୍ପୁରା : ସୋମବାର ମଧ୍ୟାହ୍ନରେ ଜଣେ ବ୍ୟକ୍ତି ନିଜର ବାଇକକୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ରଖି କାର୍ଯ୍ୟାଳୟ ଭିତରକୁ ଯାଇଥିବା ସମୟରେ ଦୁର୍ବୃତ୍ତମାନେ ବାଇକ୍ ଡିକି ଭାଙ୍ଗି ଟଙ୍କା ଲୁଟ କରିଥିବା ଜଣାପଡିଛି। ମିଳିଥିବା ସୂଚନାରୁ ଜଣାଯାଏ ଯେ ଝୁମ୍ପୁରା ଥାନା ଖେଣ୍ଡେରା ଗ୍ରାମର ଅଜୟ କୁମାର ଦାସଙ୍କ ପୁଅ ସିପୁନ କୁମାର ଦାସ ଝୁମ୍ପୁରା ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ କାନପୁର କେନାଲ ଯୋଜନାରୁ ମିଳିଥିବା ୪୯ ହଜାର ଟଙ୍କା ଉଠାଇ ନିଜର ବାଇକ୍ ଡିକିରେ ରଖି ତହସିଲ କାର୍ଯ୍ୟାଳୟ ଭିତରକୁ ନିଜର କାର୍ଯ୍ୟ ନେଇ ଯାଇଥିଲେ। କାମ ସାରି ଆସି ଦେଖିଲା ବେଳେ ଡିକି ଭଙ୍ଗା ହେବା ସହିତ ୪୯ ହଜାର ଟଙ୍କା ସହିତ ଆଧାର କାର୍ଡ, ବ୍ୟାଙ୍କ ପାସ୍ ବହି, ଜମି ପଟ୍ଟା ଚୋରି ହୋଇଯାଇଛି। ଘଟଣା ସମ୍ପର୍କରେ ସିପୁନ ଝୁମ୍ପୁରା ଥାନାରେ ଅଭିଯୋଗ କରିଥିଲେ। ଝୁମ୍ପୁରା ପୁଲିସ ଅଭିଯୋଗ ପାଇବା ପରେ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ତହସିଲ କାର୍ଯ୍ୟାଳୟର ସି ସି କ୍ୟାମେରା ଫୁଟେଜ ଯାଞ୍ଚ କରିଥିବା ଦେଖିବାକୁ ମିଳିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories