www.samajalive.in
Monday, December 8, 2025
17.1 C
Bhubaneswar

ବିବାଦର ଅନ୍ତ, କପିଳ ଶର୍ମାଙ୍କ ସହ ପୁଣି ନଜର ଆସିବେ ସୁନୀଲ ଗୋରଭର ଓରଫ ଗୁଲେଟି

ମୁମ୍ବଇ . –  ଟେଲିଭିଜନ ଦୁନିଆର ପ୍ରସିଦ୍ଧ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ସହ ପୁଣି ସୁନୀଲ ଗୋରଭର ଓରଫ  ଡକ୍ଟର ଗୁଲେଟି  ନଜର ଆସିବେ ।  ଏକ ଟିଭି ହ୍ୟାସରସାତ୍ମକ  ସିରିଏଲ୍‌ରେ ଏହି ଦୁଇଜଣ ନଜର ଆସିବେ । ବଲିଉଡ୍‌ ସୁପରଷ୍ଟାର ସଲମନ୍‌ ଖାନ୍‌ ଏହି ସିରିଏଲ୍‌କୁ ପ୍ରସ୍ତୁତ କରିଥିବା ସୂଚନା ମିଳିଛି । ସୁନୀଲ ଗୋରଭର ସଲମନ୍‌ ଖାନ୍‌ କହିବା ପରେ ସେ କପିଲଙ୍କ ସହ କାମ କରିବା ପାଇଁ ରାଜି ହୋଇଥିବା କହିଛନ୍ତି । ସୁନୀଲ , ସଲମନ୍‌ଙ୍କ  ସହ ଏବେ ଏକ ସିନେମା ସୁଟିଂରେ ବ୍ୟସ୍ତ ଅଛନ୍ତି ।

ସୁନୀଲ ଗୋରଭର,  ଅଲି ଅଜଗର ଓ ଉପାସନା ସିଂଙ୍କ  ସହ ନିଜର ଏକ କମେଡି  ସୋ କରୁଛନତି । ‘କାନପୁର କା ଖୁରାନାସ୍‌’ ନାମକ ଏକ ସିରିଏଲ୍‌ରେ ଏମାନେ ଏକାଠି ନଜର ଆସୁଛନ୍ତି । ସୂଚନା ଯୋଗ୍ୟ କମେଡି ନାଇଟସ୍‌ ଓ୍ୱିଥ୍‌ କପିଲ୍‌ର ଲୋକପ୍ରିୟତା ବୃଦ୍ଧି ପାଇବା ପରେ କପିଲ୍‌ ଶର୍ମା ଓ ସୁନୀଲ ଗୋରଭରଙ୍କ ମଧ୍ୟରେ ଦୂରତା ବୃଦ୍ଧି ପାଇଥିଲା । କପିଲ୍‌ ଶର୍ମା ବିମାନ ଭିତରେ ସୁନୀଲ ଗୋରଭଙ୍କୁ ଚାପୁଡା ମାରିବା ସହ ଖରାପ ବ୍ୟବହାର ଦେଖାଇଥିବା ଅଭିଯୋଗ ହୋଇଥିଲା । ଏହାପରେ ସୁନୀଲ୍‌ କପିଲ୍‌ଙ୍କ ସହ କାମ କରିବା ଛାଡି ଦେଇଥିଲେ । ପରେ କପିଲ୍‌ଙ୍କ ସୋ ଦେଖିବା ପାଇଁ ଦର୍ଶକ ଆଉ ପସନ୍ଦ କରି ନଥିଲେ । ଟିଆର୍‌ପି କମିବା ପରେ କପିଲ୍‌ଙ୍କ ସୋ ବନ୍ଦ ହୋଇଯ।ଇଥିଲା ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories