www.samajalive.in
Thursday, December 11, 2025
27.1 C
Bhubaneswar

ଗୋରଖପୁର ହଟିଆ ମୌର୍ୟ୍ୟ ଏକ୍ସପ୍ରେସ ସମ୍ବଲପୁର ପର୍ୟ୍ୟନ୍ତ ସମ୍ପ୍ରସାରଣ ଯାତ୍ରୀ ସୁବିଧାକୁ ସୁଗମ କରିବ : ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ କ୍ରମେ ରେଳ ମନ୍ତ୍ରଣାଳୟ ‘ଗୋରଖପୁର ହଟିଆ – ଗୋରଖପୁର ମୌର୍ୟ୍ୟ ଏକ୍ସପ୍ରେସ’ ଚଳାଚଳକୁ ସମ୍ବଲପୁର ପର୍ୟ୍ୟନ୍ତ ସମ୍ପ୍ରସାରଣ କରିଛି । ଏହି ପଦକ୍ଷେପ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ସମେତ ଆଖପାଖ ଜିଲାର ଯାତ୍ରୀ ସୁବିଧାକୁ ସୁଗମ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଅଞ୍ଚଳର ଜନସାଧାରଣଙ୍କ ଯାତାୟତକୁ ଦୃଷ୍ଟିରେ ରଖି ଗତ ଡିସେମ୍ବର ୯, ୨୦୨୨ ଓ ଚଳିତ ଜାନୁଆରୀ ୦୩, ୨୦୨୪ରେ ପତ୍ର ଲେଖି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଟ୍ରେନର ଚଳାଚଳକୁ ସମ୍ବଲପୁର ସମ୍ପ୍ରସାରଣ ନେଇ ଅନୁରୋଧ କରିଥିଲେ । ଦୁଇଟି ପତ୍ରରେ କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ବିହାର ଏବଂ ପୂର୍ବ ଉତ୍ତରପ୍ରଦେଶର ପ୍ରାୟ ୪ ଲକ୍ଷ ଲୋକ ପଶ୍ଚିମ ଓଡ଼ିଶାରେ ବସବାସ କରନ୍ତି ଏବଂ ସମ୍ବଲପୁର ଜିଲ୍ଲାରେ ପ୍ରାୟ ୧.୫ ଲକ୍ଷ ଲୋକମାନେ ରହୁଛନ୍ତି । ନିଜ ବାସସ୍ଥାନକୁ ଯିବା ପାଇଁ ସିଧାସଳଖ ଟ୍ରେନ ନ ଥିବା ଯୋଗୁଁ ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

- Advertisement -

କେନ୍ଦ୍ରମନ୍ତ୍ରୀଙ୍କ ପତ୍ରର ପତ୍ୟୁତ୍ତରରେ ଦକ୍ଷିଣ ପୂର୍ବ ରେଳବାଇ ବିଭାଗ ଏକ ବିଜ୍ଞପ୍ତି ପତ୍ର ଜାରି କରି ଶ୍ରୀ ପ୍ରଧାନଙ୍କ ପ୍ରସ୍ତାବ କ୍ରମେ ଗୋରଖପୁର ହଟିଆ – ଗୋରଖପୁର ମୌର୍ୟ୍ୟ ଏକ୍ସପ୍ରେସକୁ ସମ୍ବଲପୁର ପର୍ୟ୍ୟନ୍ତ ସମ୍ପ୍ରସାରଣ କରାଯାଇଥିବା ଦର୍ଶାଇଛି । ଏହି ଟ୍ରେନ ହଟିଆରୁ ବାହାରି ରାଉରକେଲା, ଝାରସୁଗୁଡ଼ା ଓ ସମ୍ବଲପୁର ଷ୍ଟେସନରେ ରହଣୀ ନେଇ ନିଷ୍ପତି ନିଆଯାଇଥିବା ବିଭାଗ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ଏହି ପରିପ୍ରେକ୍ଷୀରେ ଲୋକମାନଙ୍କ ଦାବିକୁ ପୂରଣ କରିଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାରରେ ଯାତ୍ରୀ ସୁବିଧାକୁ ପ୍ରାଥମିକତା ଦିଆଯାଇଥିବା ବେଳେ ଏହା ନିଷ୍ପତି ଦ୍ୱାରା ଯାତାୟତ ସୁବିଧା ସୁଗମ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories