www.samajalive.in
Sunday, December 7, 2025
15.1 C
Bhubaneswar

ଚାଷ ଜମିରେ ଫ୍ଲାଇ ଆସ୍ ଡମ୍ପିଂ: କାର୍ଯ୍ୟାନୁଷ୍ଠାନ ପାଇଁ ଥାନାରେ ଏତଲା

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ଠେଲକୋଲୋଇରେ ଥିବା ଜେଏସଡବ୍ଲ୍ୟୁ-ଭୂଷଣ କମ୍ପାନୀ ଖଲିଆପାଲି ମୌଜାର ଖାତା ନମ୍ବର ୧୮୧ରେ ଥିବା ୬ଏକର ୩୦ ଡେସମିଲ୍ ରେକର୍ଡ଼ଭୁକ୍ତ ଚାଷ ଜମି ଉପରେ ଜମି ମାଲିକଙ୍କୁ କୌଣସି ନୋଟିସ ନଦେଇ ଜୋର ଜବରଦସ୍ତି ଫ୍ଲାଇ ଆସ୍ ଡମ୍ପିଂ କରୁଛନ୍ତି। ଏ ନେଇ ଜମିର ସତ୍ତ୍ବାଧିକାରୀ ଆଇନଜୀବୀ ବିକାଶ ପଣ୍ଡା ବୁଧବାର ଠେଲକୋଲୋଇ ଥାନାରେ କମ୍ପାନୀ ବିରୋଧ ଏତଲା ଦେଇଛନ୍ତି। ଉକ୍ତ ଚାଷ ଜମିରେ ପରିବାର ପ୍ରତିପୋଷଣ କରୁଥିବା ଉଲ୍ଲେଖ କରି ସେହି ଚାଷ ଜମି ଛଡା ଆଉ ତାଙ୍କ ଜମି ନାହିଁ । ଚାଷ ଜମିରେ ଫ୍ଲାଇ ଆସ୍ ଡମ୍ପିଂ ହେବା ଦ୍ବାରା ଆଉ ଚାଷ ହୋଇ ପାରିବ ନାହିଁ ବୋଲି ବିକାଶ ଅଭିଯୋଗ ରେ ଉଲ୍ଳେଖ କରିଛନ୍ତି।

ବିକାଶଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କୁ କୌଣସି ସୂଚନା କି ନୋଟିସ ନଦେଇ ଜମିରେ ଫ୍ଲାଇ ଆସ୍ କେମିତି ଡମ୍ପିଂ କରାଯାଉଛି ବୋଲି ଜେଏସଡବ୍ଲ୍ୟୁ-ଭୂଷଣର ଲୋକ ସମ୍ପର୍କ ଅଧିକାରୀ ପ୍ରମୋଦ ପାତ୍ରଙ୍କୁ ଅଭିଯୋଗକାରୀ ସାକ୍ଷାତ କରି ପଚାରିବାରୁ ଆପଣ କମ୍ପାନୀ ନାଁରେ ଥାନାରେ କେସ୍ କରନ୍ତୁ ବୋଲି ଉତ୍ତର ଦେଇଥିଲେ। ଏହାପରେ ବିକାଶ କମ୍ପାନୀର ଉପ-ସଭାପତି ଏସ୍.ଏନ୍ ସିଂହଙ୍କୁ ମଧ୍ୟ ସାକ୍ଷାତ କରି ଜବରଦସ୍ତି ଚାଷ ଫ୍ଲାଇ ଆସ୍ ଡମ୍ପିଂ ବାବଦରେ ଆଲୋଚନା କରି ଅଫିସରୁ ବାହାରିଲା ବେଳେ ଲୋକ ସମ୍ପର୍କ ଅଧିକାରୀ ପ୍ରମୋଦ ପାତ୍ର ତାଙ୍କୁ ଡାକି ଖବର କାଗଜରେ ଆପଣ ଯେତେ ଖବର ଛାପିଲେ କି କେସ୍ କଲେ ବି ଆମର କିଛି କରିପାରିବେ ନାହିଁ, କାରଣ ସରକାର ଆମଠାରୁ ଟଙ୍କା ନେଉଛି ବୋଲି କହିଥିଲେ। ପ୍ରମୋଦ ପାତ୍ରଙ୍କ କହିବା ଅନୁସାରେ ଥାନାରେ ଏତଲା ଦେଇ କମ୍ପାନୀ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରାଯାଇଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଯଦି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ ସେଥିପାଇଁ ପୁଲିସ ପ୍ରଶାସନ ଓ ଜେଏସଡବ୍ଲ୍ୟୁ-ଭୂଷଣ କମ୍ପାନୀ ଦାୟୀ ରହିବେ ବୋଲି ବିକାଶ ପଣ୍ଡା ସତର୍କ କରି ଦେଇଛନ୍ତି। ଅଭିଯୋଗର ଏକ ନକଲ ପୁଲିସ ଡିଜି ଏବଂ ଆଇଜିଙ୍କ ପାଖକୁ ମଧ୍ୟ ପଠାଯାଇଥିବା ପ୍ରକାଶ। ଉପରୋକ୍ତ ଚାଷ ଜମି ଅଭିଯୋଗକାରୀ ବିକାଶ ପଣ୍ଡାଙ୍କ ବାପା ଗୌରାଙ୍ଗ ପଣ୍ଡା ଓ ସହଦେବ ପଣ୍ଡାଙ୍କ ନାମରେ ଖାତା ଖତିଆନରେ ରେକର୍ଡ଼ଭୁକ୍ତ ହୋଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories