www.samajalive.in
Monday, December 8, 2025
27.1 C
Bhubaneswar

ରାମ ମନ୍ଦିର ଫଟୋ ଏଡିଟ୍ କରି ଲଗାଇଲେ ପାକିସ୍ତାନୀ ପତାକା, ଯୁବକଙ୍କୁ ଗିରଫ କଲା ପୁଲିସ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ଦେଶରେ ଉତ୍ସାହ ଦେଖିବାକୁ ମିଳିଛି । କେଉଁଠି ଦୀପ ଜାଳି ଦୀପାବଳି ପାଳନ କରାଯାଉଛି ତ ଆଉ କେଉଁଠି ଆତସବାଜିରେ ଚାରିଦିଗ ପ୍ରକମ୍ପିତ ହେଉଛି । ତେବେ ଏହି ଅବସରରେ କର୍ଣ୍ଣାଟକର ଗଡଗ ଜିଲ୍ଲାରେ ଜଣେ ଯୁବକ ସୋସିଆଲ ମିଡିଆରେ ଏକ ଆପତ୍ତିଜନକ ପୋଷ୍ଟ କରିଛନ୍ତି ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଫେସବୁକରେ ଭାଇରାଲ ହେଉଥିବା ଏହି ପୋଷ୍ଟକୁ ନେଇ ୟୁଜର୍ସ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ଜଣେ ଯୁବକ ରାମ ମନ୍ଦିରର ଫଟୋ ଏଡିଟ୍ କରି ସେଥିରେ ପାକିସ୍ତାନର ପତାକା ଲଗାଇଛନ୍ତି । କେବଳ ଏତିକି ନୁହେଁ, ଏଥିରେ ବାବ୍ରି ମସଜିଦ୍ ବୋଲି ମଧ୍ୟ ଲେଖାଯାଇଛି । ସୋସିଆଲ ମିଡିଆରେ ଏହି ପୋଷ୍ଟଟି ଅପଲୋଡ୍ ହେବା ପରେ ଭାଇରାଲ ହୋଇଯାଇଛି ।

ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ ହେବା ପରେ ବିବାଦ ତେଜିବାରେ ଲାଗିଛି । ଏହା ହିନ୍ଦୁଙ୍କ ଭାବନାକୁ ଆଘାତ ପହଞ୍ଚାଇଥିବା ସୋସିଆଲ ମିଡିଆରେ କୁହାଯାଉଛି । ସେହି ଯୁବକଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଉଛି । ଅନ୍ୟପଟେ ଘଟଣାକୁ ଗୁରୁତ୍ବର ସହ ନେଇ ଆକ୍ସନ ନେଇଛି ପୋଲିସ । ଅଭିଯୁକ୍ତକୁ ଚିହ୍ନଟ କରି ଗିରଫ କରିବା ସହ ତୁରନ୍ତ ପୋଷ୍ଟ ଡିଲିଟ୍ କରାଯାଇଛି  । ସମ୍ପୃକ୍ତ ଯୁବକକୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories