www.samajalive.in
Monday, December 8, 2025
27.1 C
Bhubaneswar

ସୋହାର୍ ଓଡ଼ିଆ ସମାଜ ପକ୍ଷରୁ ଶୀତ କାଳୀନ ବନ୍ଧୁ ମିଳନ

ସୋହାର(ଓମାନ) : ଓମାନର ସୋହାର୍ ସହରରେ ଓଡ଼ିଆ ସମାଜ ପକ୍ଷରୁ ଚଳିତ ବର୍ଷର ଶୀତ କାଳୀନ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୨୦୧୮ ମସିହା କୁ ବିଦାୟ ଦେଇ ୨୦୧୯ ମସିହାର ସ୍ଵାଗତ କରିବା ପାଇଁ ଗତ ୩୦ ତାରିଖରେ ଏହି ସମାରୋହର ଆୟୋଜନ କରାଯାଇଥିଲା । ବିଦେଶରେ ରହି ମଧ୍ୟ ସେମାନେ ଓଡ଼ିଆ ପରମ୍ପରା ଓ ସଂସ୍କୃତିକୁ ଭୁଲି ନାହାନ୍ତି, ତାକୁ ସ୍ମରଣ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ପ୍ରଥମେ ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ଏକ କ୍ରିକେଟ ମ୍ୟାଚ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା। ମଧ୍ୟାହ୍ନ ଭୋଜନ ପରେ କୁନି କୁନି କଳାକାର( ପରି, ଆଲ୍ଫା, ଆରାଧ୍ୟା, ଦିଶା, ରାନୀ, ଦେବ, ଶ୍ରୁତି, ମେଘନା, ପୁରବାସୀ) ଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।  ନବ ବିବାହିତା ସୁଶ୍ରୀୟା ପ୍ରଧାନ (ସିପି)ଙ୍କ କବିତା ପାଠ, ବିବାହିତ ଯୋଡି ( ରୋଜା ଓ ଗଙ୍ଗା ରେଡ୍ଡୀ, ଶିଳା ଓ ସରୋଜ ସାହୁ)ଙ୍କ ଯୁଗଳ ନୃତ୍ୟ ପରିବେଷଣ, ଉମେଶ ପାଣିଗ୍ରାହୀ ଓ ସଂଜୟ ପଣ୍ଡାଙ୍କ ଦ୍ଵାରା ହାସ୍ୟ ରସାତ୍ମକ ନାଟକ ପରିବେଷଣ କରାଯାଇଥିଲା ।  ବିଦେଶ ଭ୍ରମଣ ରେ ଆସିଥିବା  ଅନେକ ବନ୍ଧୁଙ୍କ ମାତା ପିତା ସମସ୍ତଙ୍କୁ ଆଶୀର୍ବାଦ କରିଥିଲେ।

- Advertisement -

ଓଡିଆ ଗ୍ରୁପ୍ର ଯୁବ କଳାକାର, ୟଙ୍ଗୀସ୍ଥାନ ଟୀମ୍ (ଉମେଶ ପାଣିଗ୍ରାହୀ, ନିର୍ମଲ ବେହେରା, ସଂଜୟ ପଣ୍ଡା, ସମ୍ବିତ୍ ପ୍ରଧାନ ଓ ସୀତାକାନ୍ତ ବେରିହା) ଦ୍ଵାରା ପରିବେଷିତ ଲେଜି ଡାନ୍ସ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା । ରଘୁନାଥ ପ୍ରସାଦ ରଥ, କୃଷ୍ଣ ପ୍ରସାଦ ରଥ, ସୁଇଟି, ଜ୍ୟୋତିର୍ମୟ ଦେଙ୍କ ସଙ୍ଗୀତ ସବୁ ଓଡ଼ିଆ ବନ୍ଧୁମାନଙ୍କୁ ଏକ ସୂତ୍ରରେ ବାନ୍ଧି ବାରେ ସହାୟକ ହୋଇପାରିଥିଲା । ରଘୁନାଥ ପ୍ରସାଦ ରଥ, ଗତିପନ ଦାଶ, ନିର୍ମଲ ବେହେରା, ଉମେଶ ପାଣିଗ୍ରାହୀ, ସଞ୍ଜୟ ପଣ୍ଡା, ପ୍ରଶାନ୍ତ ପଣ୍ଡା, ସୀତାକାନ୍ତ ବେରିହା, ସମ୍ବିତ୍ ପ୍ରଧାନ ଓ ମୀନାକ୍ଷୀ ଶତପଥୀଙ୍କ ତତ୍ତ୍ଵାବଧାନରେ ଶୀତକାଳିନ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସୁରୁଖୁରରେ ସଂପାଦିତ ହୋଇଥିଲା।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories