www.samajalive.in
Monday, December 8, 2025
27.1 C
Bhubaneswar

ନିୟମିତ ଗୋଟିଏ କଦଳୀ ଖାଇବା କାହିଁକି ଜରୁରୀ..

ନିୟମିତ ସକାଳ ଜଳଖିଆରେ ଗୋଟିଏ କଦଳୀ ଖାଇବା ଦ୍ୱାରା ଜୀବନ ଯାକ ଏହି ଶାରୀରିକ ସମସ୍ୟାରୁ ଦୂରେଇ ରଖିବ। କଦଳୀ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଏଥିରେ ଅନେକ ପୋଷକ ତତ୍ତ୍ୱ ଯେପରି ପୋଟାସିୟମ, ଭିଟାମିନ ସି ଓ ଭିଟାମିନ ବି୬ ରହିଛି।
ସକାଳର ଜଳଖିଆରେ ଅନ୍ୟ ଖାଦ୍ୟ ସହ କଦଳୀ ଖାଇଲେ ଶରୀର ପାଇଁ ବେଶ ଲାଭଦାୟକ ହୋଇଥାଏ। ଏହା ଦ୍ୱାରା ଶରୀରକୁ ତୁରନ୍ତ ଶକ୍ତି ମିଳିଥାଏ। କଦଳୀରେ ଭରପୁର ମାତ୍ରାରେ ଫାଇବର ରହିଛି। ଏହା ରକ୍ତରେ ଶର୍କରାର ସ୍ତର ସଠିକ କରିବା ସହ ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।
ସକାଳର ଜଳଖିଆରେ ନିୟମିତ ଗୋଟିଏ କଦଳୀ ଖାଇଲେ ମିଳେ ଏହି ସବୁ ଲାଭ..
କଦଳୀରେ ପର୍ଯ୍ୟାପ୍ତ ମାତ୍ରାରେ ପୋଟାସିୟମ ରହିଥାଏ, ଏହା ହାଡ ପାଇଁ ବେଶ ଲାଭଦାୟକ ବୋଲି କୁହାଯାଏ।
କଦଳୀରେ ପୋଟାସିୟମ ସହ ସେରୋଟୋନିନ, ଭିଟାମିନ ବି୬ ମିଳିଥାଏ। ଯାହା ଉଚ୍ଚ ରକ୍ତଚାପ, ମାନସିକ ଦୁଃଶ୍ଚିନ୍ତାକୁ ଦୂର କରିବା ସହ ସ୍ନାୟୁକୁ ଶାନ୍ତ ରଖିବାରେ ସହାୟକ ହୋଇଥାଏ।

ନିୟମିତ ଗୋଟିଏ କଦଳୀ ଖାଇବା ଦ୍ୱାରା ଏନିମିଆ ହେବାର ଭୟ ନଥାଏ। ଏଥିରେ ପର୍ଯ୍ୟାନ୍ତ ମାତ୍ରାରେ ଆଇରନ ରହିଛି। ଯାହା ଏନିମିଆର ହେବାର ସମ୍ଭାବନାକୁ ଯଥେଷ୍ଟ କମ୍‌‌ କରିଥାଏ।
ଚିଡ୍‌‌ଚିଡାପଣ ଦୂର କରିଥାଏ।
କଦଳୀ ଭୋକକୁ ମଧ୍ୟ ନିୟନ୍ତ୍ରଣ କରିଥାଏ। କଦଳୀ ଖାଇବା ଦ୍ୱାରା ଅଧିକ ସମୟ ଯାଏଁ ପେଟ ଭର୍ତ୍ତି ହେବା ଭଳି ରହିଥାଏ। ବାରମ୍ବାର ଖାଦ୍ୟ ଖାଇବାର ଅଭ୍ୟାସ ଥିଲେ, ଏହା ନିୟନ୍ତ୍ରଣ ହୋଇଥାଏ।
କଦଳୀରେ ପ୍ରଚୁର ମାତ୍ରାରେ ମେଗ୍ନେସିୟମ ମିଳିଥାଏ। ଏହା ମସ୍ତିଷ୍କ ଓ ମନକୁ ଶାନ୍ତ ଓ ଖୁସି ରଖିବାରେ ସହାୟକ ହୋଇଥାଏ।

- Advertisement -

 

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories