ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ବିମାନ ଏଏନ୍-୩୨ର ଧ୍ବଂସାବଶେଷକୁ ଠାବ କରାଯାଇଛି। ୨୦୧୬ରେ ବାୟୁସେନାର ଏହି ବିମାନଟି ନିଖୋଜ ହୋଇଯାଇଥିଲା। ଏବେ ଏହାର ଧ୍ବଂସାବଶେଷକୁ ଚେନ୍ନଇ ଉପକୂଳଠାରୁ ୩୧୦ କିମି ଦୂରରୁ ଉଦ୍ଧାର କରାଯାଇଛି। ନିଖୋଜ ସମୟରେ ବାୟୁସେନାର ଏହି ପରିବହନକାରୀ ବିମାନରେ ୨୯ଜଣ ଯାତ୍ରୀ ଥିଲେ। ଶୁକ୍ରବାର ସରକାରଙ୍କ ପକ୍ଷରୁ ବିମାନ ଭଗ୍ନାବଶେଷର ଫଟୋ ଜାରି କରାଯାଇଛି। ୨୦୧୬ ଜୁଲାଇ ୨୨ରେ ବାୟୁସେନାର ଏଏନ୍ ୩୨ ବିମାନ ଚେନ୍ନଇର ତାମ୍ବାରାମ ବାୟୁସେନା ଘାଟିରୁ ଉଡାଣ ଆରମ୍ଭ କରିଥିଲା। ବିମାନଟି ଆଣ୍ଡାମାନ ନିକୋବରର ପୋର୍ଟବ୍ଲେୟାରରେ ଅବତରଣ କରିବାର ଥିଲା। ମାତ୍ର ଉଡାଣର ଦୁଇ ମିନିଟ୍ ପରେ ଏହା ନିଖୋଜ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ବିମାନର ଧ୍ବଂସାବଶେଷକୁ ଠାବ କରିବା ଲାଗି ବାୟୁସେନା ପକ୍ଷରୁ ବ୍ୟାପକ ତଲାସ କରାଯାଇଥିଲା। ମାତ୍ର ବିମାନର କୌଣସି ସନ୍ଧାନ ମିଳିପାରି ନଥିଲା।
Popular Categories



