www.samajalive.in
Monday, December 8, 2025
27.1 C
Bhubaneswar

ମହିଳାଙ୍କ ହଷ୍ଟେଲର ବିଦ୍ୟୁତ୍‌ ବଲ୍ବ ଓ ପ୍ଲଗରେ ଗୁପ୍ତ କ୍ୟାମେରା, ମାଲିକ ଗିରଫ

ଚେନ୍ନାଇ . –  ମହିଳାଙ୍କ ପାଇଁ ଉଦିଷ୍ଟ ଏକ ହଷ୍ଟେଲ୍‌ରେ ଗୁପ୍ତ କ୍ୟାମେରା ଲଗାଇ ହଷ୍ଟେଲର ମାଲିକ ଗିରଫ ହୋଇଛି। ଗିରଫ ହୋଇଥିବା ଅଭିଯୁକ୍ତର ନାମ ସମ୍ପତ ରାଜ, ଚେନ୍ନାଇର କୋଡାମ୍ବକମ୍‌ରେ ସେ ଏକ ହଷ୍ଟେଲ ନିର୍ମାଣ କରିଥିଲେ । ୨୦ ହଜାର ଟଙ୍କା ଜମା ଦେବା ସହ ମାସିକ ୫,୫୦୦ ଟଙ୍କା ଦେଇ ଛାତ୍ରୀ ଓ କର୍ମଜୀବୀ ମହିଳା ଏଥିରେ ରହି ପାରୁଥିଲେ । ମାତ୍ର ଡିସେମ୍ବର ୨ ତାରିଖ ଦିନ ଏଥିରେ ଥିବା କିଛି ଅନ୍ତେବାସୀ ତାଙ୍କର ଶୌଚାଳୟ-ସ୍ନାନାଗାର ଓ ବିଭିନ୍ନ ସ୍ଥାନରେ ଗୁପ୍ତ କ୍ୟାମେରା ଲାଗିଥିବା ପୁଲିସରେ ଅଭିଯୋଗ କରିଥିଲେ । ପୁଲିସ ଏହି ଅଭିଯୋଗ ପାଇବା ପରେ ଘଟଣାର ଯାଞ୍ଚ କରି  ଏହି ହଷ୍ଟେଲରେ ଲାଗିଥିବା ବିଦ୍ୟୁତ ବଲ୍ବ ଓ କାନ୍ଥରେ ଲାଗିଥିବା ପ୍ଲଗ ଏବଂ ସ୍ୱିଚରେ ଗୁପ୍ତ କ୍ୟାମେରା ଲାଗିଥିବା ଜାଣିବାକୁ ପାଇଥିଲା ।

ଶୌଚାଳୟ ଓ ସ୍ନାନାଗାରରେ ଲାଗିଥିବା ସ୍ୱିଚ୍‌ ବୋର୍ଡ ସକେଟରେ ଜଣେ ଅନ୍ତେବାସୀ ହେୟାର ଡ୍ରାୟର ଲଗାଇଥିଲେ । ମାତ୍ର ଏଥିରେ ଅସଫଳ ହେବାରୁ ସେ ବୋର୍ଡ ଆଡେଇବାରୁ ତା ପଛରେ ଗୁପ୍ତ କ୍ୟାମେରା ଥିବା ଦେଖିବାକୁ ପାଇଥିଲେ । ଏହାପରେ ସେ ପୁଲିସରେ ଅଭିଯୋଗ କରିଥିଲେ ।

- Advertisement -

ହଷ୍ଟେଲରେ ମରାମତି ଆଳରେ ସେ  ଏହାର ମାଲିକ ଏହି କ୍ୟାମେରା ଲଗାଇଥିବା ଅନ୍ତବାସୀମାନେ ଅଭିଯୋଗ କରିଛନ୍ତି । ପୁଲିସ ସମ୍ପତକୁ ଗିରଫ କରିବାପରେ ସେ କାହାର ଭିଡିଓ ଉତ୍ତୋଳନ କରିଛି ସେ ସବୁକୁ କେଉଁଠାରେ ରଖିଛି ସେ ବିଷୟରେ ତଦନ୍ତ କରୁଛି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories