www.samajalive.in
Tuesday, December 9, 2025
17.1 C
Bhubaneswar

ରଜ୍ୟର ଏହି ସବୁ ଜିଲ୍ଲାରେ ଘନ କୁହୁଡି ସମ୍ଭାବନା

ଭୁବନେଶ୍ବର, : ଗୁରୁବାର ସକାଳେ ରାଉରକେଲାରେ ଘନ କୁହୁଡି ଦୃଶ୍ୟମାନ ହୋଇଛି। କୁହୁଡି ଯୋଗୁଁ ଦୃଶ୍ୟମାନ ଦୂରତା ୫୦ମିଟରକୁ ଖସି ଆସିଥିଲା। ରାଉରକେଲା ବ୍ୟତୀତ୍‌ ଫୁଲବାଣୀ, କୋରାପୁଟ, ସୁବର୍ଣ୍ଣପୁର, କଟକ ଏବଂ ନୟାଗଡ଼ ଜିଲାର ବିଭିନ୍ନ ଅଞ୍ଚଳରେ ଘନ କୁହୁଡି ପଡିଛି। ଏଥିସହିତ ଭବାନୀପାଟଣା ଏବଂ କେନ୍ଦୁଝରରେ ହାଲୁକା କୁହୁଡି ଦୃଶ୍ୟମାନ ହୋଇଛି।

ଘନ କୁହୁଡି ହେତୁ ଏହି ଅଞ୍ଚଳରେ ଗାଡିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଶୁକ୍ରବାର ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ସୁବର୍ଣ୍ଣପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ନୟାଗଡ, ଖୋର୍ଦ୍ଧା, କଟକ ଏବଂ ଢେଙ୍କାନାଳ ଜିଲାର କିଛି ଅଞ୍ଚଳରେ ଘନ କୁହୁଡି ପଡିବାର ସମ୍ଭାବନା ରହିଛି। ଉପରୋକ୍ତ ଜିଲାଗୁଡିକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

- Advertisement -

ସମ୍ପୃକ୍ତ ଜିଲାର ଜିଲାପାଳ ଏବଂ ଏସପିମାନେ ଦୁର୍ଘଟଣା ଏଡାଇବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୭.୮ ଡିଗ୍ରୀ ଥିବାବେଳେ ଫୁଲବାଣୀ ୧୦, କେନ୍ଦୁଝର ୧୦.୩, ଭବାନୀପାଟଣା ୧୩.୫, ଦାରିଙ୍ଗବାଡି ୮.୫, ଭୁବନେଶ୍ବର ୧୬ ଏବଂ କଟକରେ ୧୪.୫ ଡିଗ୍ରୀ ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ, ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ। କିନ୍ତୁ ଏହି ସମୟ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକରୁ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବାର ସମ୍ଭାବନା ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories