www.samajalive.in
Monday, December 8, 2025
27.1 C
Bhubaneswar

ଜାପାନ: ରନୱେରେ ବିମାନରେ ଲାଗିଲା ନିଆଁ, ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର

ଟୋକିଓ: ଟୋକିଓର ହନେଡା ବିମାନବନ୍ଦରରେ ଜାପାନ ଏୟାରଲାଇନ୍ସର ଏକ ବିମାନରେ ଅଗ୍ନିକାଣ୍ଡ ଘଟିଛି। ଜାପାନ ଗଣମାଧ୍ୟମ ସୂଚନା ଅନୁସାରେ, ଅଧିକାରୀମାନେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଦ୍ବାରା ଜାରି କରାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ହନେଡା ବିମାନବନ୍ଦରର ରନୱେରେ ଜାପାନ ଏୟାରଲାଇନ୍ସର ଏକ ବିମାନରେ ନିଆଁ ଲାଗିଛି। ତେବେ ଜାପାନ ତଟରକ୍ଷୀ ବିମାନ ସହ ଧକ୍କା କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ଟୋକିଓ ଅଗ୍ନିଶମ ବିଭାଗ ପକ୍ଷରୁ କୁହଯାଇଛି। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ଅପରପକ୍ଷେ, ପରିବହନ ଓ ପର୍ଯ୍ୟଟନ ମନ୍ତ୍ରଣାଳୟ କହିଛି ଯେ, ସେ ଘଟଣାର ତଦନ୍ତ କରୁଛନ୍ତି।


କୁହାଯାଉଛି ଯେ, ତଟରକ୍ଷୀ ବିମାନ ସହିତ ଧକ୍କା ହେବା ପରେ ଜାପାନ ଏୟାରଲାଇନ୍ସର ବିମାନରେ ନିଆଁ ଲାଗିଯାଇଥିଲା। ବିମାନରେ ନିଆଁ ଲାଗିବା ବେଳେ ସେଥିରେ ୩୫୦ ଜଣ ଯାତ୍ରୀ ଥିଲେ। ବିମାନରୁ ସବୁ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories