ଭୋପାଳ : ମଧ୍ୟପ୍ରଦେଶର ଗୁନା ଜିଲାରେ ମଙ୍ଗଳବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଘନ କୁହୁଡି କାରଣରୁ ସହରର ବାଇପାସ୍ରେ ସକାଳେ ଏକ ଟ୍ରକ କାର୍ ଉପରେ ଓଲଟି ସଡକ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ରହିଛନ୍ତି। ରାୟଗଡ ଜିଲାର ସାରଙ୍ଗପୁରର ବାସିନ୍ଦା କାର୍ରେ ଯାତ୍ରା କରୁଥିବା ସମୟରେ ଗୁନା ବାଇପାସ୍ ଅତିକ୍ରମ କରୁଥିବା ସମୟରେ କବାଡିଆ ଜିନିଷ ଭର୍ତ୍ତି ଏକ ଟ୍ରକ କାର୍ ଉପରେ ଓଲଟି ପଡିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। କାର୍ ଉପରେ ଓଲଟି ଥିବା ଟ୍ରକଟିକୁ ଜେସିବି ଦ୍ୱାରା ହଟା ଯାଇଥିଲା। ପୁଲିସ ପହଞ୍ଚି ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ଘଟଣାର ତଦନ୍ତ ଜାରି ରଖିଛି।
Popular Categories



