www.samajalive.in
Monday, December 8, 2025
17.1 C
Bhubaneswar

ପିଏସ୍ ମହାବିଦ୍ୟାଳୟରେ ଚାଲିଥିବା ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ

ଝୁମ୍ପୁରା:ଶନିବାର ଦିନ ପିଏସ୍ ମହାବିଦ୍ୟାଳୟ ଝୁମ୍ପୁରା ପରିସରରେ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଆନୁକୂଲ୍ୟରେ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ମହାବିଦ୍ୟାଳୟର ଅଧ୍ୟକ୍ଷ କୁଞ୍ଜବିହାରୀ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟତ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାୟକ ଯୋଗଦେଇ ଥିବାବେଳେ ମୁଖ୍ୟବକ୍ତା ଭାବେ ଧରଣୀଧର ବିଶ୍ୱବିଦ୍ୟାଳୟ କେନ୍ଦୁଝର ଓଡିଶା ଭାଷା ଓ ସାହିତ୍ୟ ବିଭାଗର ସହକାରୀ ପ୍ରଫେସର ଶିଶିର କୁମାର ବେହେରା ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବିଜୁ ଜନତାଦଳ ଜିଲାସଭାପତି ମାଧବ ସର୍ଦ୍ଦାର, ଅନ୍ୟତମ ସମ୍ମାନୀତ ଅତିଥି ଭାବେ କେନ୍ଦୁଝର ଜିଲା ‘ସମାଜ’ ପ୍ରତିନିଧି ଜ୍ଞାନରଞ୍ଜନ ମିଶ୍ର ଯୋଗଦାନ କରିଥିଲେ।  ଶୃଙ୍ଖଳା ଏବଂ ଗୁରୁଭକ୍ତି ଛାତ୍ରଛାତ୍ରୀମାନଙ୍କୁ ଆଗକୁ ବଢିବାରେ ସାହାର୍ଯ୍ୟ କରିବ ବୋଲି ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଥିଲେ।

କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ +୩ ବିଭାଗର ନୋଡାଲ ଅଧିକାରୀ ଅଶ୍ୱନୀ କୁମାର ପ୍ରଧାନ, +୨ ବିଭାଗର ନୋଡାଲ ଅଧିକାରୀ ପ୍ରଦ୍ୟୁମ୍ନ କିଶୋର ବେଉରା, ଉପଦେଷ୍ଠା ପ୍ରଧ୍ୟାପକ ଦେବବ୍ରତ ମିଶ୍ର, ଅଧ୍ୟାପକ ଶଶାଙ୍କ ଶେଖର ନାୟକ, ଅଧ୍ୟାପକ ନାରାୟଣ ଚନ୍ଦ୍ର ସାହୁ, ଅଧ୍ୟାପକ ବିନାୟକ ମହାନ୍ତ, ତ୍ରିଲୋଚନ ମହାନ୍ତ, ବିଷ୍ଣୁ ଚରଣ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ। ପିଏସ୍ ମହାବିଦ୍ୟାଳୟରେ ନଭେମ୍ବର ୩୦ରୁ ଏହି କାର୍ଯ୍ୟ ଆରମ୍ଭ ହୋଇ ଡିସେମ୍ବର ୨୩ରେ ଶେଷ ହୋଇଛି। ବହୁଦିନ ଧରି ଚାଲିଥିବା ଏହି ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ଖେଳ ଯଥା ଫୁଟବଲ, ଭଲିବଲ, ବ୍ୟାଡମିଟନ, କ୍ୟାରମ, ଚେସ ଖେଳ, ଝୋଟି, ମୁରୁଜ, ସହିତ ୧୦୦ ମିଟର, ୨୦୦ ମିଟର, ୪ଶହ ମିଟର, ୮ଶହ ମିଟର ଦୌଡ, ଲମ୍ବଡିଆଁ, ଉଚ୍ଚ ଡିଆଁ, କବାଡି, ମ୍ୟୁଜିକ ଚ୍ୟାୟାର, କ୍ରିକେଟ ଆଦି ଖେଳ ଅନୁଷ୍ଠିତ ହୋଇଥିଲା। ତା ସହିତ ଯୌତୁକ ପ୍ରଥାର ଉଚ୍ଛେଦ, ନାରୀ ଶିକ୍ଷାର ପ୍ରସାର, ବାଲ୍ୟ ବିବାହା ଉଚ୍ଛେଦ, ସାକ୍ଷରତା ଅଭିଯାନ, ପ୍ଲାଷ୍ଟିକ ମୁକ୍ତ ପରିବେଶ, ବୃକ୍ଷ ରୋପଣ ସହିତ ଅର୍ଶଳା ଏବଂ ଝୁମ୍ପୁରା ଗ୍ରାମରେ ସଚେତନା ଧର୍ମୀ ପ୍ରଥପ୍ରାନ୍ତ ନାଟକ ପ୍ରଦର୍ଶନ। ଛାତ୍ର ଛାତ୍ରୀ ମାନଙ୍କୁ ନେଇ ନାଚ ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

- Advertisement -

କ୍ରୀଡା ସମତେ ଅନ୍ୟ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟ ତରଫରୁ ଟ୍ରଫି ସହିତ ମାନପତ୍ର ଦେଇ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଓଡିଆ ବିଭାଗର ମୁଖ୍ୟ ଡଃ ମନୋରଞ୍ଜନ କର ତାଙ୍କୁ ସହଯୋଗ କରିଥିଲେ ଦୀପକ ମହାନ୍ତ। କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ କଲେଜର ଅଧ୍ୟାପକ ଅଧ୍ୟାପିକା ତଥା କର୍ମଚାରୀ ବୃନ୍ଦ। ଶେଷରେ କଲେଜର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଅତିଥି ,କଲେଜର ଛାତ୍ର ଛାତ୍ରୀ ତଥା ଅଭିଭାବକ ମାନଙ୍କ ମନରେ ଖୁସି ଭରିଦେଇଥିବା ଦେଖିବାକୁ ମିଳିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories