www.samajalive.in
Monday, December 8, 2025
17.1 C
Bhubaneswar

ଆତଙ୍କୀ ଗୋଷ୍ଠୀ ତେହେରିକ-ଇ-ତାଲିବାନର ୨ ଆତଙ୍କବାଦୀକୁ ହତ୍ୟା କଲା ପାକିସ୍ତାନୀ ପୁଲିସ

ଡେସ୍କ: ପାକିସ୍ତାନୀ ସୁରକ୍ଷା ବାହିନୀ ଆଜି ନିଷିଦ୍ଧ ଘୋଷିତ ଆତଙ୍କୀ ଗୋଷ୍ଠୀ ତେହେରିକ-ଇ-ତାଲିବାନ ପାକିସ୍ତାନର ୨ ଜଣ ପ୍ରମୁଖ ସଦସ୍ୟଙ୍କୁ ହତ୍ୟା କରିଛି। ଏହି ଆତଙ୍କୀ ସଂଗଠନ ପଞ୍ଜାବ ପ୍ରଦେଶର ଆଇଏସଆଇ କୋଠା ଉପରେ ଆକ୍ରମଣ ଭଳି ଅନେକ ଆତଙ୍କବାଦୀ ଷଡଯନ୍ତ୍ରରେ ଜଡିତ ଥିଲା। ପାକିସ୍ତାନ ଆତଙ୍କବାଦ ନିରୋଧୀ ବିଭାଗ ବିବୃତ୍ତି ମୁତାବକ, ଲାହୋରଠାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଥିବା ଚିନିଅଟ୍ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ଆତଙ୍କବାଦ ନିରୋଧୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା ଯେଉଁଥିରେ ସଂଗଠନର ଦୁଇ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି।

ପୁଣି ତେଜସ୍ୱୀଙ୍କୁ ଇଡି ସମନ, ଜାନୁଆରୀ ୫ରେ ହାଜର ହେବାକୁ ନିର୍ଦ୍ଦେଶ

- Advertisement -

ସେମାନେ ଲୁଚିଥିବା ଅଂଚଳକୁ ସେଠାକାର ପୁଲିସ ଘେରାଓ କରିବା ପରେ ପ୍ରଥମେ ଆତଙ୍କବାଦୀ ମାନେ ପୁଲିସ ଉପରକୁ ଗୁଳି ଚଳାଇ ଥିଲେ। ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସମ୍ବାଦ ସରବରାହ ସଂସ୍ଥା ସୂଚନା ଦେଇଛି। ମୃତ ଦୁଇ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଜଣଙ୍କ ନାମ ଗଜନଫର ନଦିମ ଓରଫ ଖାଲିଦ ହବିବ ବୋଲି ଜଣାପଡିଛି। ଖାଲିଦକୁ ଧରାଇ ଦେବା ପାଇଁ ୫୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଏହା ଛଡା ଘଟଣାସ୍ଥଳରୁ ବ୍ୟାପକ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଥିବା ପାକିସ୍ତାନ ପୁଲିସ କହିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories