www.samajalive.in
Monday, December 8, 2025
17.1 C
Bhubaneswar

ଭୋପାଳ ଗ୍ୟାସ୍‍ ଦୁର୍ଘଟଣାକୁ ପୂରିଲା ୩୪ ବର୍ଷ

ଭୋପାଳ : ବିଶ୍ୱର ସବୁଠାରୁ ଭୟାବହ ଶିଳ୍ପ ଦୁର୍ଘଟଣା ଭାବେ ବିବେଚନା କରାଯାଉଥିବା ଭୋପାଳ ଗ୍ୟାସ୍‍ ଦୁର୍ଘଟଣାର ୩୪ତମ ବାର୍ଷିକୀ ଆଜି ପାଳନ କରାଯାଉଛି । ଏହି ଉପଲକ୍ଷେ ସ୍ଥାନୀୟ କେନ୍ଦ୍ରୀୟ ପାଠାଗାରର ବର୍କତୁଲା ଭବନରେ ଏକ ପାର୍ଥନାସଭା ଅନୁଷ୍ଠିତ ହୋଇଯାଇଛି।
ରାଜ୍ୟପାଳ ଆନନ୍ଦିବେନ୍‍ ପଟେଲ ମୃତକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସଙ୍ଗେ ସଙ୍ଗେ ଏହି ଦୁର୍ଘଟଣାରେ ମାନସିକ ଓ ଶାରିରୀକ ଭାବେ କ୍ଷତିଗ୍ରସ୍ତ ବ୍ୟକ୍ତିମାନଙ୍କର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିଲେ। ଶ୍ରୀମତୀ ପଟେଲ କହିଛନ୍ତି ଭୋପାଳ ଗ୍ୟାସ୍‍ ଦୁର୍ଘଟଣା ବିଶ୍ୱର ସବୁଦେଶକୁ ଆଲୋଡିତ କରିଥିଲା ଏବଂ ପରିବେଶ ଓ ଶିଳ୍ପ ନିରାପତ୍ତା ପାଇଁ ଦୃଷ୍ଟି ଆକର୍ଷଣ କରିଥିଲା। ଭୋପାଳ ଗ୍ୟାସ୍‍ ଦୁର୍ଘଟଣାକୁ ବିଶ୍ୱର ସବୁଠାରୁ ଭୟଙ୍କର ଶିଳ୍ପ ଦୁର୍ଘଟଣା ବୋଲି କୁହାଯାଉଛି। ୧୯୮୪ ମସିହା ଡିସେମ୍ବର ୨ ଓ ୩ ତାରିଖ ମଧ୍ୟରାତ୍ରିରେ ୟନିୟନ କାର୍‍ବାଇଡ୍‍ କମ୍ପାନୀର କୀଟନାଶକ ଔଷଧ ତିଆରି କାରଖାନାରୁ ବିଷାକ୍ତ ମିଥାଇଲ ଆଇସୋସାଇନେଟ୍‍ ବାଷ୍ପ ନିର୍ଗତ ହେବାରୁ ୧୫ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଥିଲା। ପାଞ୍ଚ ଲକ୍ଷରୁ ଊର୍ଦ୍ଧ୍ବ ଲୋକ କ୍ଷତିଗ୍ରସ୍ତ ହୋଇଥିଲେ। କ୍ଷତିଗ୍ରସ୍ତମାନେ ଉପଯୁକ୍ତ ଚିକିତ୍ସା ଓ କ୍ଷତିପୂରଣ ତଥା ଥଇଥାନ ପାଇଁ ଦାବି କରି ଆସୁଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories