www.samajalive.in
Monday, December 8, 2025
27.1 C
Bhubaneswar

ପୁଣି ବଢିଲା ସୁନାଦର ୨୪ କ୍ୟାରେଟ ଶୁଦ୍ଧ ଏବଂ ୨୨ କ୍ୟାରେଟ ସହ ୧୮ ଓ ୧୪ କ୍ୟାରେଟର ରହିଛି ଏହିଦର

ନୂଆଦିଲ୍ଲୀ – ସୁନାଦର ପୁଣି ବୃଦ୍ଧି ପାଇଛି । ଦେଶର ଗହଣା ବଜାରରେ ସୁନାଦର ଲଗାତର ବୃଦ୍ଧି ପାଉଛି । ଡିସେମ୍ବର ୨୨ ତାରିଖ ସକାଳେ ସୁନା ଏବଂ ରୂପା ଉଭୟର ମୂଲ୍ୟ ବୃଦ୍ଧି ପାଇଛି । ୯୯୯ ଶୁଦ୍ଧତା ଥିବା ୨୪ କ୍ୟାରେଟ୍‌ ସୁନାଦର ପ୍ରତି୧୦ ଗ୍ରାମ ୬୨ ହଜାର ଟଙ୍କାରେ ପହଞ୍ଚିଛି । ସେହିପରି ରୂପା କିଲୋଗ୍ରାମ ପ୍ରତି ୭୪ ହଜାର ଟଙ୍କା ପାର କରିଛି ।

ଜାତୀୟସ୍ତରରେ ୯୯୯ ଶୁଦ୍ଧତା ଥିବା ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମ ୬୨୬୬୧ ଟଙ୍କାରେ ପହଞ୍ଚିଛି । ସେହିପରି ୯୯୯ ଶୁଦ୍ଧତା ଥିବା ରୂପା କିଲୋ ପ୍ରତି ୭୪୭୦୯ରେ ପହଞ୍ଚିଛି ।

- Advertisement -

ଇଣ୍ଡିଆ ବୁଲିଅନ୍‌ ଆଣ୍ଡ ଜୁଏଲର୍ସ ଆସୋସିଏସନ୍‌ ଅନୁସାରେ ଗୁରୁବାରରେ ଶୁଦ୍ଧ ସୁନାଦର ୧୦ ଗ୍ରାମ ପ୍ରତି ୬୨୩୩୫ ଟଙ୍କା ରହିଥିଲା । ଶୁକ୍ରବାରରେ ଏହା ୬୨୬୬୧ ଟଙ୍କାରେ ପହଞ୍ଚିଛି ।

ସେହିପରି ୨୨ କ୍ୟାରେଟ୍‌ ୯୧୬ ଶୁଦ୍ଧତା ଥିବା ସୁନା ୧୦ ଗ୍ରାମ ପ୍ରତି ୫୭୩୯୮ ଟଙ୍କା ଥିବା ବେଳେ ୭୫୦ ଶୁଦ୍ଧତା ଥିବା ୧୮ କ୍ୟାରେଟ୍‌ ସୁନା୪୬୯୯୬ ଟଙ୍କା ଏବଂ ୫୮୫ ଶୁଦ୍ଧତା ଥିବା ୧୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମ ୩୬୬୫୭ ଟଙ୍କା ରହିଛି ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories