www.samajalive.in
Monday, December 8, 2025
27.1 C
Bhubaneswar

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବୌଦ୍ଧିକ ମଣ୍ଡପ ଉଦଘାଟିତ 

କଣ୍ଟାବାଞ୍ଜି:  ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କଣ୍ଟାବାଞ୍ଜିର ବୌଦ୍ଧିକ ମଣ୍ଡପ ଆଜି ପୂର୍ବତନ ବିଧାୟକ ହାଜି ମହମଦ ଆୟୁବ ଖାନ ଙ୍କ କରକମଳ ରେ ଉଦ୍ ଘାଟିତ ହୋଇଯାଇଛି । ଏହି  ଅବସରରେ ଆୟୋଜିତ ସଭାରେ  ମୁଖ୍ଯ ଅତିଥି ଭାବେ ପୂର୍ବତନ ବିଧାୟକ  ହାଜି ମହମ୍ମଦ ଖାଁ ଯୋଗ ଦେଇଥିଲେ । କଣ୍ଟାବାଞ୍ଜି ସଙ୍କୁଳ ପ୍ରମୁଖ  ରାମଚନ୍ଦ୍ର ସାହୁ, ପରିଚାଳନା ସମିତିର ସଭାପତି  କୁଞ୍ଜବିହାରୀ ବେହେରା, ଉପସଭାପତି ଶ୍ରୀମତୀ ସୁଷମା ମହାନନ୍ଦ, ସମ୍ପାଦକ ଯୁବରାଜ ମେହେର, ଯୁଗ୍ମ ସମ୍ପାଦକ  ମନୋଜ କୁମାର ମହାପାତ୍ର, ସଦସ୍ଯ  କୈଳାସ ଦୀପ ଏବଂ ସଦସ୍ଯା ଶ୍ରୀମତୀ ବିମଳା ନାଗ ମଞ୍ଚାସୀନ ଥିଲେ।
ସମାଜର କେତେକ ପ୍ରତିଷ୍ଠିତ ବଦାନ୍ଯ ବ୍ଯକ୍ତି ଶିକ୍ଷାବିତ ଜଗଦାନନ୍ଦ ପାଣିଗ୍ରାହୀ, ଡ. ଅବଦୁଲ୍ ସାଜିଦ୍ , ପବନ ଶର୍ମା, ଦେବରାଜ ଯାଦବ ଆଦି ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନ ଆଚାର୍ଯ୍ୟ  ତେଜ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଗୁରୁମା ଶ୍ରୀମତୀ ଲତା ମଞ୍ଜରୀ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଶିଶୁ ଭାଇଭଉଣୀମାନଙ୍କ ଦ୍ୱାରା ନାଚଗୀତ ପରିବେଷଣ କରାଯାଇଥିଲା। ଉଦ୍ ଘାଟନୀ କାର୍ଯ୍ଯକ୍ରମଟି ସମସ୍ତଙ୍କ ସହଯୋଗରେ ସଫଳ ହୋଇଥିଲା।

Hot this week

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

Related Articles

Popular Categories