www.samajalive.in
Monday, December 8, 2025
27.1 C
Bhubaneswar

ରାଜଧାନୀ ମହାବିଦ୍ୟାଳୟରେ ଆଇନ ସଚେତନତା ଶିବିର

ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲା ଆଇନସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସ୍ଥାନୀୟ ରାଜଧାନୀ ମହାବିଦ୍ୟାଳୟ ପରିସରରେ ଦୌରାଜଜ୍‌ ତଥା ଖୋର୍ଦ୍ଧା ଜିଲା ଆଇନସେବା ପ୍ରାଧିକରଣ, ଭୁବନେଶ୍ୱରର ଅଧ୍ୟକ୍ଷ ନିଶିଥ ନିଶାଙ୍କଙ୍କ ନିର୍ଦ୍ଦେଶକ୍ରମେ ଏକ ଆଇନ ସେଚତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଜିଲା ଆଇନସେବା ପ୍ରାଧିକରଣର ସଚିବ ସୌଦାମିନୀ ସିଂ ସଭାପତିତ୍ୱ କରି ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ପ୍ରତ୍ୟେକ ମାସରେ ଖୋର୍ଦ୍ଧା ଜିଲାରେ କିଭଳି ମହିଳାମାନଙ୍କୁ ଯୌନଉତ୍ପୀଡ଼ନରୁ ସୁରକ୍ଷା, ଏହାର ନିରାକରଣ ଏବଂ ସେମାନଙ୍କ ଉପରେ ହେଉଥିବା ନିର୍ଯାତନାର ତ୍ୱରିତ ଶୁଣାଣି ଓ ଦଣ୍ଡ ବ୍ୟବସ୍ଥା ସଂପର୍କରେ ସମବେତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକାମାନଙ୍କୁ ସୂଚନା ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଯୋଗଦେଇ ଦେୱାନୀ ଜଜ୍‌ ବିବେକ ସାସମଲ ଅତି ବିସ୍ତୃତ ଭାବେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ମାର୍ଗଦର୍ଶିକା ଓ ଏହାର ଉପକାରିତା ସଂପର୍କରେ ସୂଚନା ଦେଇଥିଲେ । ମଣ୍ଡଳ ନ୍ୟାୟାଧିଶ ଶିଶିର କୁମାର ସାହୁ ଭାରତୀୟ ଦଣ୍ଡସଂହିତା ଓ ମହିଳାମାନଙ୍କ ପାଇଁ ଆଇନରେ ଥିବା ବହୁବିଧ ବିଧିବ୍ୟବସ୍ଥା ସଂପର୍କରେ ସୂଚନା ଦେଇଥିଲେ ।

- Advertisement -

ଏହି କାର୍ଯ୍ୟକ୍ରମରେ ଜିଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ତରାଇ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସ୍ନିଗ୍ଧା ମିଶ୍ର, ରାଜଧାନୀ ମହାବିଦ୍ୟାଳୟର ଅଧ୍ୟକ୍ଷା ମିନତି ମିଶ୍ରଙ୍କ ସମେତ ପ୍ରତିପକ୍ଷ ଓକିଲ ସର୍ବେଶ୍ୱର ବଳିଆରସିଂ, ସମ୍ବିତ ପାଣିଗ୍ରାହୀ, ଶିବାନନ୍ଦ ପାତ୍ର ଓ ଉପସ୍ଥାପିକା ମୋନାଲିସା ପରିଡ଼ା ପ୍ରମୁଖ ଯୋଗଦେଇଥିଲେ ।

Hot this week

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

Related Articles

Popular Categories