www.samajalive.in
Monday, December 8, 2025
27.1 C
Bhubaneswar

ମୁଦ୍ରାନୀତି ସମୀକ୍ଷା ବୈଠକ ଆଜି ; ସୁଧହାର ଅପରିବର୍ତ୍ତିତ ରଖିପାରେ ଆର୍‍ବିଆଇ

ମୁମ୍ବାଇ :ମୁଦ୍ରାନୀତି ସମୀକ୍ଷା ଅନ୍ତର୍ଗତ ଚଳିତ ଆର୍ଥିକବର୍ଷ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି (ଏମ୍‍ପିସି)ର ୫ମ ବୈଠକ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି। ତେବେ ତିନି ଦିନ ଧରି ଚାଲିବାକୁ ଥିବା ଏହି ବୈଠକ ଉପରେ ବୁଧବାର ରିଜର୍ଭ ବ୍ୟାଙ୍କ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିବ। ଆର୍ଥିକ ଅଭିବୃଦ୍ଧି ଏବଂ ମୁଦ୍ରାସ୍ଫୀତି ସ୍ୱାଭାବିକ ହେବା ସତ୍ତ୍ବେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ବୈଠକରେ ଏହାର ପ୍ରମୁଖ ସୁଧହାର ଅପରିବର୍ତ୍ତିତ ରଖିପାରେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଜୁନ୍‍ଠାରୁ ଥରକୁ ଥର ସୁଧହାରରେ ବୃଦ୍ଧିି ଘଟାଇବା ପରେ ଗତ ଅକ୍ଟୋବରରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରୀୟ ବ୍ୟାଙ୍କ ସୁଧହାର ଅପରିବର୍ତ୍ତିତ ରଖିଥିଲା। ଯଦିବା ସେ ସମୟରେ ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ହ୍ରାସ ଘଟିଥିଲା ଏବଂ ଅଶୋଧିତ ତୈଳ ଦର ଉଚ୍ଚରେ ରହିବା ଯୋଗୁ ମୁଦ୍ରାସ୍ଫୀତିଜନିତ ଚାପ ସୃଷ୍ଟି ହୋଇଥିଲା ତଥାପି ଆର୍‍ବିଆଇ ସୁଧହାରକୁ ଅପରିବର୍ତ୍ତିତ ରଖିଥିଲା। ଡିସେମ୍ବର ୫ର ବୈଠକର ନିଷ୍ପତ୍ତି ସେହି ଦିନ ସନ୍ଧ୍ୟାରେ ଜଣାପଡିବ। ସୋମବାରଠାରୁ ଆର୍‍ବିଆଇ ଗଭର୍ଣ୍ଣର ଉର୍ଜ୍ଜିତ୍‍ ପଟେଲଙ୍କ ଅଧ୍ୟକ୍ଷତାରେ କମିଟିର ୬ଜଣ ସଦସ୍ୟଙ୍କୁ ନେଇ ଏହି ବୈଠକ ବସିବାକୁ ଯାଉଛି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories