www.samajalive.in
Monday, December 8, 2025
27.1 C
Bhubaneswar

ହାଇଓ୍ବା ଧକ୍କାରେ ଲକ୍ଷ୍ମୀ ବିଶ୍ରାମ ଗୃହ ଚୁରମାର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥର ଖଜୁରିଡିହା ଛକରେ ଥିବା ଲକ୍ଷ୍ମୀ ବିଶ୍ରାମ ଗୃହକୁ ଗୁରୁବାର ସକାଳୁ ଏକ ହାଇଓ୍ବା ଧକ୍କା ଦେବାରୁ ଗୃହଟି ଚୁରମାର ହୋଇଯାଇଛି। ସେଠାରେ ବସ୍ ଅପେକ୍ଷାରେ ଥିବା ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ହାଇଓ୍ବାଟି ସାହାରପଡାରୁ ପାଟଣା ଅଭିମୁଖେ ଆସୁଥିବାବେଳେ ଭାରସାମ୍ୟ ହରାଇ ଯାତ୍ରୀ ବିଶ୍ରାମ ଗୃହକୁ ଧକ୍କା ଦେଇଥିଲା।

ସୂଚନାଯୋଗ୍ୟ ଯେ, ଏଠାରେ ଥିବା ପୁରୁଣା ବିଶ୍ରାମ ଗୃହକୁ ମାତ୍ର ତିନି ଚାରି ଦିନ ପୂର୍ବରୁ ରଙ୍ଗ ମାରି ଓଡ଼ିଶା ସରକାରଙ୍କ ଲକ୍ଷ୍ମୀ ବିଶ୍ରାମ ଗୃହ ଲେଖା ଯାଇଥିଲା। ଯାହା ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବିଶ୍ରାମ ଗୃହ ଯୋଜନାର ଅସଲ ବାସ୍ତବତା ପଦାରେ ପଡିଯାଇଥିବା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories