www.samajalive.in
Monday, December 8, 2025
20.1 C
Bhubaneswar

ଡକାୟତ ଦଳରେ ଡିପ୍ଲୋମା, ଆଇଟିଆଇ, +୨ ଛାତ୍ର

ଜୟପୁର : ଜୟପୁର ପୁଲିସ ରବିବାର ୬ ଜଣ ଡାକୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନେ ହେଲେ ଆମ୍ବାଗୁଡା ଅଞ୍ଚଳର ଡିପ୍ଲୋମା ଛାତ୍ର ସୁନୀଲ ଭୂୟାଁ(୨୦), ଆମ୍ବାଗୁଡା ଆଇଆଇଟି ଛାତ୍ର ଅଶ୍ୱିନୀକୁମାର ବେହେରା(୨୪), ଆମ୍ବାଗୁଡା ଡିପି କଲୋନୀ ଅଞ୍ଚଳର ଯୁକ୍ତଦୁଇ ଛାତ୍ର ଅନୁପମ ମହାପାତ୍ର(୧୯), ତୁଳସୀ ନଗର ଅଞ୍ଚଳର ଭଗବାନ ସାଗର(୩୦), କୁମୁଲିପୁଟ ଅଞ୍ଚଳର ଆଇଟିଆଇ ଛାତ୍ର ରାଜା ଦାସ(୩୦) ଓ ହାଡିଆ ଅଞ୍ଚଳର ସୁଶାନ୍ତ ହିଆଲ(୨୧)। ଏମାନଙ୍କଠାରୁ ୨ଟି ଲୁହା ରଡ, ୩ଟି ମୋବାଇଲ ଓ ଦୁଇଟି ମୋଟର ସାଇକଲ ଜବତ ହୋଇଛି। ସୂଚନା ଅନୁସାରେ, ଗତ ମାସ ୨୮ରେ ଏକ ଘରୋଇ କମ୍ପାନୀର ନରେନ୍ଦ୍ର ବିଶ୍ୱାସ, ସୁମିତକୁମାର ସ୍ୱାଇଁ, ସୁଖଲାଲ ମଜୁମଦାର ଓ କିଶୋର ସରକାରଙ୍କ ସହ ୪ ଜଣ କର୍ମଚାରୀ ହାଡିଆ ଅଞ୍ଚଳର ରୀତା ସଗରଙ୍କଠାରୁ ୭ ହଜାର ଲୋନ ଟଙ୍କା ଧରି ଦୁଇଟି ବାଇକରେ ଫେରୁଥିଲେ। ଏହି ସମୟରେ ସିନ୍ଧିଗାଁ ଛକରେ ୬ରୁ ୭ ଜଣ ମୁଖାପିନ୍ଧା ଡକାୟତ ଏମାନଙ୍କୁ ଅଟକାଇ ମାଡ ମାରିଥିଲେ। ଏହି ସମୟରେ କିଛି ଲୋକ ପହଞ୍ଚି ଯିବାରୁ ଡକାୟତମାନେ ଟଙ୍କା ନେବାରେ ବିଫଳ ହୋଇ ସେଠାରୁ ଚମ୍ପଟ ମାରିଥିଲେ। ଉକ୍ତ ଫାଇନାନ୍ସ କମ୍ପାନୀର ମ୍ୟାନେଜର ନରେନ୍ଦ୍ର ତାଙ୍କ ସାଥୀମାନଙ୍କୁ ଟଙ୍କା ନେଣଦେନ ସମ୍ପର୍କରେ କହୁଥିବା ବେଳେ ଭଗବାନ ସାଗର ଶୁଣିଥିବା ସେମାନେ ସନ୍ଦେହ କରିବା ସହ ଥାନାରେ ଅଭିଯୋଗ କରିଥିଲେ। ତାକୁ ପୁଲିସ ଧରିବା ପରେ ପଚରାଉଚରା କରିବାରୁ ସେ ଉକ୍ତ ଛାତ୍ରମାନଙ୍କୁ ସାଥୀରେ ଡାକିଥିବା ମାନିଥିଲା। ଏଣେ ଭଗବାନ ଲୋନ ଟଙ୍କା ଦେଇଥିବା ରୀତାଙ୍କର ଦିଅର ବୋଲି କହିଥିଲା। ଏ ନେଇ ଥାନାରେ ୨୦୪/୧୮ରେ ମାମଲା ରୁଜୁ କରାଯିବା ସହ ୩୯୫ ଆଇପିସିରେ ସମସ୍ତଙ୍କୁ ଗିରଫ କରାଯାଇଛି। ଏହିସମସ୍ତ ସୂଚନା ପୁଲିସ ପକ୍ଷରୁ ଦିଆଯାଇଥିବା ବେଳେ ଆୟୋଜିତ ବୈଠକରେ ଆଇଆଇସି କୈଳାସଚନ୍ଦ୍ର ସେଠୀ, ଏସଆଇ ମୁକୁନ୍ଦଦେବ ନାୟକ, ଏସଆଇ ନାରାୟଣ ପଟ୍ଟନାୟକ, ଏଏସଆଇ ଗଣେଶ ବେହେରା, ଏସଆଇ ସୀମା ପ୍ରଧାନଙ୍କ ସହ ଅନ୍ୟ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories