www.samajalive.in
Sunday, December 7, 2025
15.1 C
Bhubaneswar

ଯୁବନେତା ଅନୈତିକ ସମ୍ପର୍କ ରଖିବାରୁ ବିବାହିତା ମହିଳା ତାଙ୍କୁ ହତ୍ୟା କରିଥିବା କହିଲା ପୁଲିସ

ଫୁଲବାଣୀ : ଗତ ୧ ତାରିଖରେ ସଦର ଥାନା ଅନ୍ତର୍ଗତ ଦଡକି ପଞ୍ଚାୟତର ଯୁବନେତା ତଥା ଯୁବ ବିଜେଡିର ଉପସଭାପତି ସଞ୍ଜିତ ମଲ୍ଲିକଙ୍କୁ ହତ୍ୟା ଘଟଣାର ଖୁଲାସା କରିଛି ପୁଲିସ। ପରକୀୟା ପ୍ରିତିରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ସଞ୍ଜିତଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଜନୈକା ବିବାହିତା ମହିଳାଙ୍କୁ ଗିରଫ କରାଯାଇଛି। ସଦର ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି ସଦର ଏସଡିପିଓ ସୁପ୍ରସନ୍ନ ମଲ୍ଲିକ।
ସୂଚନା ଅନୁସାରେ, ମୃତ ସଞ୍ଜିତ ମଲ୍ଲିକ(୩୨)ଙ୍କ ଜନୈକା ବିବାହିତା ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ଥିଲା। ସେମାନେ ପ୍ରାୟତଃ ଗ୍ରାମରେ ଥିବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ନିର୍ବାହୀ ଅଧିକାରୀଙ୍କ ଖାଲି ପଡିଥିବା ବାସଗୃହରେ ରାତିରେ ଏକତ୍ର ରହୁଥିଲେ। ପୂର୍ବରୁ ସଞ୍ଜିତ ସମ୍ପୃକ୍ତ ମହିଳାଙ୍କ ପାଖରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀର ପାଣ୍ଠିରୁ ଟଙ୍କା ଧାର ନେଇ ଫେରାଉ ନ ଥିଲେ। ଏ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଅପରପକ୍ଷରେ ଟଙ୍କା ମାଗିଲେ ସବୁକଥା ପଦାରେ ପକାଇ ଦେବେ ବୋଲି ଅହି ସଞ୍ଜିତ ମହିଳାଙ୍କୁ ଡରାଉଥିଲେ ।
ଏହାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ମନାନ୍ତର ହୋଇଥିଲା। ଘଟଣା ଦିନ ରାତିରେ ଉଭୟ ପିଇଓ କ୍ବାର୍ଟରରେ ରହିଥିଲେ। ସେ ସମୟରେ ସଞ୍ଜିତ ମଦ ପିଇ ନିଶାଗ୍ରସ୍ତ ଅବସ୍ଥାରେ ଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତ ମହିଳା ସଞ୍ଜିତଙ୍କ ମୁହଁରେ ଏକ ତକିଆ ଚାପି ତାଙ୍କୁ ହତ୍ୟା କରିଥିଲେ। ଏହାପରେ ତାଙ୍କ ଉପରେ ଏକ କମ୍ବଳ ଘୋଡାଇ ଦେଇ ଚାଲି ଯାଇଥିଲେ। ସାଙ୍ଗରେ ସଞ୍ଜିତଙ୍କ ମୋବାଇଲ ଫୋନ ନେଇ ଯାଇଥିଲେ। ପରଦିନ ସକାଳୁ ତାଙ୍କ ବାପା ତାଙ୍କୁ ଉଠାଇବା ପାଇଁ ଯାଇ ସେ ମରିଯାଇଥିବା ଦେଖିବାକୁ ପାଇଥିଲେ।

ପୁଲିସକୁ ଖବର ଦିଆଯିବାରେ ସଦର ଥାନା ପୁଲିସ ସହ ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଏପଟେ ପରିବାର ପକ୍ଷରୁ ସଞ୍ଜିତଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଘଟଣା ସ୍ଥଳରେ ଡଗ ସ୍କ୍ବାଡ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଛାନବିନ କରିଥିଲେ। କିଛି ଦିନ ତଳେ ସଞ୍ଜିତଙ୍କ ଅନ୍ୟ କିଛି ଯୁବକଙ୍କ ସହିତ କୌଣସି କାରଣକୁ ନେଇ ଝଗଡା ହୋଇଥିବାରୁ ପରିବାର ଲୋକେ ଏହି ହତ୍ୟା ପଛରେ ସାଙ୍ଗ ମାନଙ୍କ ହାତ ଥିବା ସନ୍ଦେହ କରିଥିଲେ। ଅପରପକ୍ଷରେ, ସଞ୍ଜିତଙ୍କୁ ତାଙ୍କ ମାମୁଁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଥିଲେ ତାଙ୍କ ସ୍ତ୍ରୀ ସୂଚିସ୍ମିତା ଦେହୂରୀ । ମୃତ ସଞ୍ଜିତଙ୍କ ବାପା ଯଶୋବନ୍ତ ମଲ୍ଲିକଙ୍କ ଏତାଲା ଆଧାରରେ ସଦର ଥାନାରେ ୧୯୭/୨୩ରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଚାଲିଥିଲା। ପୋଷ୍ଟ ମର୍ଟମ ଓ ଭିସେରା ରିପୋର୍ଟକୁ ଆଧାର କରି ଘଟଣାର ଖିଅ ପାଇଥିଲା ପୁଲିସ। ତେବେ, ସମସ୍ତ ସମ୍ଭାବନାକୁ ଭୂଲ ପ୍ରମାଣିତ କରି ଆଜି ଏହି ଘଟଣାର ଖୁଲାସା କରିବା ସହିତ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଦର ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧା ଅନ୍ୟ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories