www.samajalive.in
Sunday, December 7, 2025
15.1 C
Bhubaneswar

ଲୋଡିଙ୍ଗ ପାଇଁ ବେଆଇନ ଟଙ୍କା ଆଦାୟ, ଜଣେ ଗିରଫ

ବ୍ରଜରାଜନଗର : ଏମସିଏଲ କୋଇଲା ଖଣି ଗୁଡ଼ିକରେ ଚାଲିଥିବା ବେଆଇନ ଟଙ୍କା ଆଦାୟ ବିରୋଧରେ ପୁଲିସ ତରଫରୁ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ପୁଲିସ ବେଆଇନ ଟଙ୍କା ଆଦାୟ କରୁଥିବା ଗୋଷ୍ଠୀର ଜଣକ ପରେ ଜଣକୁ ଗିରଫ କରିବାରୁ ବେଆଇନ କାରବାରର ସାମ୍ରାଜ୍ୟ ଏକ ରକମ ଦୋହଲି ଯାଇଛି। ଏମସିଏଲ ସମଲେଶ୍ୱରୀ ଖୋଲା ମୁଁହ କୋଇଲା ଖଣିରେ କୋଇଲା ଲୋଡିଙ୍ଗ ପାଇଁ ନିୟୋଜିତ ଠିକା ସଂସ୍ଥାର ଗତ ୯ ତାରିଖ ଦିନ ଟେଣ୍ଡର ଶେଷ ହୋଇଥିଲା।
ହେଲେ ଗତ ୧୧ ତାରିଖ ଦିନ ଉକ୍ତ ଠିକା ସଂସ୍ଥାର ଜଣେ କର୍ମଚାରୀ କୋଇଲା ଲୋଡିଙ୍ଗ ପାଇଁ ଟ୍ରକ ଗୁଡିକରୁ ବେଆଇନ ଭାବେ ୩୨୦ ଟଙ୍କା ଆଦାୟ କରୁଥିବା ନେଇ ପୁଲିସ ଖବର ପାଇଥିଲା। ଏନେଇ ବ୍ରଜରାଜନଗର ପୁଲିସ ତରଫରୁ ଚଢ଼ାଉ କରା ଯାଇଥିଲା। ପୁଲିସ ଘଟଣାସ୍ଥଳରେ ଲୋଡିଙ୍ଗ ପାଇଁ ଟଙ୍କା ଚାଲାଣ କାଟୁଥିବା ଲୋଡିଙ୍ଗ ଠିକା ସଂସ୍ଥାର ଜଣେ କର୍ମଚାରୀ ଗଜପତି ନଗର ଅଂଚଳର ଜଗନ୍ନାଥ ବେହେରା (୩୫) ଓରଫ ଜଗାକୁ ଧରିବାରେ ସଫଳ ହୋଇଥିଲା। ତା ନିକଟରୁ ପୁଲିସ ଚାଲାଣ ଜବତ କରିଛି। ପୁଲିସ ଜଗନ୍ନାଥ ବେହେରାକୁ ଅଟକ ରଖି ପଚରାଉଚରା କରିବା ପରେ କୋର୍ଟ ଚାଲାଣ କରିଥିବା ବ୍ରଜରାଜନଗର ଥାନାଧିକାରୀ ଧବଳେଶ୍ବର ସାହୁ ସୂଚନା ଦେଇଛନ୍ତି।
ସୂଚନା ଯୋଗ୍ୟ ଯେ, ଗତ ୪ ତାରିଖ ଏମସିଏଲ ଲଜକୁରା ଖୋଲା ମୁହଁ କୋଇଲା ଖଣିରେ ଟ୍ରକରୁ ବିଟିଓଏ ଏଜେଣ୍ଟ ଦ୍ୱାରା ବେଆଇନ ଭାବେ ଟଙ୍କା ଆଦାୟ ଘଟଣାରେ ପୁଲିସ ଚଢ଼ାଉ କରି ଲମଟିବାହାଲ ଅଂଚଳର ସଞ୍ଜୟ ସା (୪୮), ମଣ୍ଡଳିଆ ଅଂଚଳର ରାଜେଶ ଗିରି (୩୫), ଗୁଆଲାପଡ଼ା ଅଂଚଳର ସୁରେନ୍ଦ୍ର ରାଏ (୪୦)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତାଙ୍କ ନିକଟରୁ ପୁଲିସ ନୋଟ ବୁକ, ଟଙ୍କା ରସିଦ, ନଗଦ ଦୁଇ ହଜାର ଟଙ୍କା ଜବତ କରିଥିଲା। ଅପରପକ୍ଷରେ କୋଇଲା ଖଣିରୁ ବେଆଇନ ଟଙ୍କା ଆଦାୟ ନେଇ ଆଗକୁ ମଧ୍ୟ ପୁଲିସ ତରଫରୁ ଅଭିଯାନ ଆହୁରି କଡାକଡି କରାଯିବା ସହିତ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ କେତେକଙ୍କ ଉପରେ ପୁଲିସର ତୀକ୍ଷ୍ଣ ନଜର ଥିବା ସୂଚନା ମିଳିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories