୪ ବର୍ଷର ଶିଶୁକୁ କୁକୁର ଝୁଣି ମାରିବା ଘଟଣା ; ୧୦ ଲକ୍ଷ ଗଣିବ ପୁରୀ ପୌରପାଳିକା
ପୁରୀ : ପୁରୀରେ ଶିଶୁକୁ କୁକୁର କାମୁଡି କାମୁଡି ମାରିଦେବା ଘଟଣାରେ ମୃତ ଶିଶୁର ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ହୋଇଛି। ଏନେଇ ବୁଧବାର ପୁରୀ ପୌରପାଳିକାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୬ରେ ୪ ବର୍ଷର ଶିଶୁକୁ ବୁଲା କୁକୁର ଝୁଣି ମାରିଥିଲା। କୁମ୍ଭାରପଡା ଜଗନ୍ନାଥ କଲୋନୀରେ ଏହି ଘଟଣା ଘଟିଥିଲା। ୪ ମାସ ମଧ୍ୟରେ ଏହି କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ହୋଇଛି। ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ବୁଧବାର ଏହି ନିର୍ଦ୍ଦେଶ ଦେଇଛନ୍ତି।
Comments are closed.