www.samajalive.in
Monday, December 8, 2025
27.1 C
Bhubaneswar

ପାକିସ୍ତାନ ସେନା ଶିବିରରେ ଆତ୍ମଘାତୀ ବିସ୍ଫୋରଣ; ୨୩ ମୃତ

ଇସ୍‌ଲାମାବାଦ: ପାକିସ୍ତାନ ସେନା ଶିବିରରେ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏଥିରେ ୨୩ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପାକିସ୍ତାନୀ ତାଲିବାନ ସହ ଜଡ଼ିତ ଆତଙ୍କବାଦୀମାନେ ଏହି ବିସ୍ଫୋରଣ ଘଟାଇଥିବା ଦାବି କରିଛନ୍ତି। ପାକିସ୍ତାନୀ ନ୍ୟୁଜ୍‌ ୱେବସାଇଟ ‘ଡନ୍‌’ ଅନୁସାରେ, ଖୈବର ପଖ୍‌ତୁନ୍‌ଖ୍ବାର ଡେରା ଇସ୍ମାଇଲ ଖାନ ଜିଲାରେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ହୋଇଛି ଏବଂ ଏଥିରେ ଅନେକ ଲୋକ ପ୍ରାଣ ହରାଇଥିବା ମଙ୍ଗଳବାର ଅଧିକାରୀମାନେ କହିଛନ୍ତି। ଅଧିକାରୀଙ୍କ କହିବା ମୁତାବକ, ସମସ୍ତେ ଶୋଇଥିବା ସମୟରେ ଏହି ଆକ୍ରମଣ ହୋଇଥିଲା ଓ ସେମାନେ ସାଧାରଣ ପୋଷାକରେ ଥିଲେ। ତେଣୁ ମୃତକ ସମସ୍ତେ ସୁରକ୍ଷାକର୍ମୀ କି ନୁହେଁ ସେନେଇ ତଦନ୍ତ ଚାଲିଛି।

ଅପରପକ୍ଷେ, ଏଥିରେ ପ୍ରାୟ ୨୭ଜଣ ଆହତ ହୋଇଥିବା କୁହାଯାଉଛି। ଧ୍ୱଂସାବଶେଷରୁ ମୃତଦେହଗୁଡ଼ିକୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି।

- Advertisement -

 

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories