www.samajalive.in
Sunday, December 7, 2025
14.1 C
Bhubaneswar

କଡ଼ା ଯାଞ୍ଚର ସମ୍ମୁଖୀନ ହେବେ କସମେଟିକ୍‍ କମ୍ପାନୀ

ନୂଆଦିଲ୍ଲୀ:କସମେଟିକ୍‍ ସାମଗ୍ରୀ ଉତ୍ପାଦନ କରୁଥିବା କମ୍ପାନୀମାନେ ଏଣିକି କଡ଼ା ଯାଞ୍ଚର ସମ୍ମୁଖୀନ ହେବେ। କେନ୍ଦ୍ର ସରକାର ଏଥିପାଇଁ ନୂଆ ନିୟମ ଆଣିବାକୁ ଯାଉଛନ୍ତି। ନୂଆ ନିୟମ ଅନୁଯାୟୀ, କମ୍ପାନୀମାନେ ସେମାନଙ୍କ ନୂଆ ଉତ୍ପାଦନର ବଜାର ପ୍ରବେଶ ପୂର୍ବରୁ ସୁରକ୍ଷା ସମ୍ପର୍କିତ ସମସ୍ତ ତଥ୍ୟ ନିୟାମକ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିବାକୁ ପଡ଼ିବ। ଏହାପରେ ଯାଇ ସେମାନଙ୍କୁ ବିକ୍ରି ଅନୁମତି ମିଳିପାରିବ। ବ୍ୟୁରୋ ଅଫ୍‍ ଇଣ୍ଡିଆନ୍‍ ଷ୍ଟାଣ୍ଡାର୍ଡର ସର୍ତ୍ତ ଅନୁଯାୟୀ ଉତ୍ପାଦର ପ୍ୟାକିଂ ହୋଇଥିବା କମ୍ପାନୀମାନେ ନିଶ୍ଚିତ କରିବେ। ଉତ୍ପାଦକୁ କୌଣସି ପଶୁ କିମ୍ବା ପକ୍ଷୀଙ୍କ ଉପରେ ପରୀକ୍ଷା କରାଯାଇପାରିବ ନାହିଁ।
ବର୍ତ୍ତମାନ କସ୍‍ମେଟିକ୍‍ ଉତ୍ପାଦଗୁଡ଼ିକ ଇଣ୍ଡିଆନ୍‍ ଡ୍ରଗ୍ସ ଆଣ୍ଡ କସ୍‍ମେଟିକ୍ସ ଆକ୍ଟ ଅଧୀନରେ ପରିଚାଳିତ ହେଉଥିଲେ ହେଁ ଔଷଧ ବ୍ୟବହାର ଓ ବିକ୍ରି ପାଇଁ ଯେଉଁ କଟକଣା ରହିଛି ତାହା କସ୍‍ମେଟିକ୍‍ ଉତ୍ପାଦ ପ୍ରତି ଲାଗୁ ହେଉନାହିଁ। ଭାରତରେ କସ୍‍ମେଟିକ ବଜାର ପରିସର ବୃଦ୍ଧି ପାଉଥିବାରୁ କେତେକ ଅସାଧୁ ବ୍ୟବସାୟୀ ଏହାର ଫାଇଦା ଉଠାଉଛନ୍ତି। ତେଣୁ ଭାରତରେ ଉତ୍ପାଦିତ ସାମଗ୍ରୀ କିମ୍ବା ବାହାର ଦେଶରୁ ଆମଦାନୀ ହେଉଥିବା ସାମଗ୍ରୀର ବିକ୍ରି ପୂର୍ବରୁ ଉତ୍ପାଦନକାରୀ ଓ ଆମଦାନୀକାରୀମାନେ ସେମାନଙ୍କର ସୁରକ୍ଷା ସମ୍ପର୍କିତ ତଥ୍ୟ ଦାଖଲ କରିବାକୁ ପଡ଼ିବ। ଯଦି ସାମଗ୍ରୀ ନକଲି ବୋଲି ପ୍ରମାଣିତ ହୁଏ କିମ୍ବା ସୁରକ୍ଷା ତଥ୍ୟ ଭୁଲ୍‍ ବୋଲି ପ୍ରମାଣିତ ହୁଏ, ତ୍ରୁଟି ବିଚ୍ୟୁତି ପରିଲକ୍ଷିତ ହୁଏ ତେବେ ସମ୍ପୃକ୍ତ ଉତ୍ପାଦନକାରୀ ଓ ଆମଦାନୀକାରୀ ଦାୟୀ ରହିବେ। ଯାଞ୍ଚ ପାଇଁ ଅଧିକାରୀମାନେ ଯେ କୌଣସି ସ୍ଥାନରେ ଓ ଯେ କୌଣସି ସ୍ଥାନରେ ଚଢ଼ଉ କରିପାରିବେ। ଏଥିସହିତ ଉତ୍ପାଦନକାରୀ ଓ ଆମଦାନୀକାରୀମାନେ ୩ ବର୍ଷ ତଳର ଉତ୍ପାଦର ବ୍ୟାଚ୍‍ ନଂ ଓ ଅନ୍ୟାନ୍ୟ ତଥ୍ୟର ରେକର୍ଡ ରଖିବା ବାଧ୍ୟତାମୂଳକ ବୋଲି ନୂଆ ଆଇନରେ ବ୍ୟବସ୍ଥା ରହିଛି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories