www.samajalive.in
Monday, December 8, 2025
27.1 C
Bhubaneswar

ବୁଧବାର ଖାଆନ୍ତୁ କାକୁଡ଼ି, ପଣସ, ପିଜୁଳି ; ମିଳିବ ଶୁଭଫଳ..

ବିଭିନ୍ନ ପ୍ରକାର ସବୁଜ ପନିପରିବା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ଶାସ୍ତ୍ରରେ ଖାଦ୍ୟ ଖାଇବାର ଅଭ୍ୟାସ , ସାପ୍ତାହିକ ଭୋଜନ ବିଷୟରେ ବର୍ଣ୍ଣନା କରାଯାଇଛି। ସଭିଁଙ୍କ ଭୋଜନର ଅଭ୍ୟାସ ପାଇଁ କିଛି ନିୟମ ରହିଛି। ବାର ଅନୁଯାୟୀ ଖାଦ୍ୟରେ ସାମିଲ କରନ୍ତୁ ଏହି ଫଳ , ପନିପରିବା ମିଳିବ ଶୁଭଫଳ..
ରବିବାର – ରବିବାର ସୂର୍ଯ୍ୟଙ୍କୁ ସମର୍ପିତ। ସୂର୍ଯ୍ୟଦେବତାଙ୍କୁ ଲାଲ ରଙ୍ଗର ଜିନିଷ ଅଧିକ ପ୍ରିୟ। ତେଣୁ ଏହି ଦିନ ଆପଣ ଭୋଜନରେ ଲାଲରଙ୍ଗର ଫଳ, ପନିବରିବା, ଡ଼ାଲି ଆଦି ସାମିଲ କରନ୍ତୁ। ଯେପରି ଫଳରେ ସେଓ, ଡ଼ାଳିମ୍ବ, ପନିପରିବାରେ ଟମାଟୋ, ଗାଜର, ବିଟ୍‍ , ଡ଼ାଲିରେ ମସୁର, ରାଜମା ଆଦି। ଏସବୁ ଚେଷ୍ଟା ଅନୁଯାୟୀ ସକାଳ ଓ ଖରାବେଳର ଭୋଜନରେ ହିଁ ସାମିଲ କରନ୍ତୁ।
ସୋମବାର – ସୋମବାରକୁ ଚନ୍ଦ୍ରମାଙ୍କ ଦିନ ବୋଲି କୁହାଯାଏ। ଏହିଦିନ ଧଳା ରଙ୍ଗର ଜିନିଷ ନିଜ ଖାଦ୍ୟରେ ସାମିଲ କରନ୍ତୁ। ଯେପରି ଫଳରେ କଦଳୀ, ଅଙ୍ଗୁର, ପରିବାରେ ଆଳୁ, ଫୁଲକୋବି, ଭାତ, ଦହି ଖିରି, ବିରି ଡ଼ାଲି ଇତ୍ୟାଦି।
ମଙ୍ଗଳବାର – ମଙ୍ଗଳବାର ମଧ୍ୟ ରବିବାର ବାର ଭଳି ଲାଲ ରଙ୍ଗର ଫଳ ଓ ପନିପରିବା ସେବନ କରନ୍ତୁ।
ବୁଧବାର – ଏହି ଦିନ ଫଳ ଓ ପନିପରିବାରେ ସବୁଜ ରଙ୍ଗର ଅଧିକ ପ୍ରୟୋଗ କରନ୍ତୁ। ଲାଉ , ଭେଣ୍ଢି, କାକୁଡ଼ି, ପଣସ, ପିଜୁଳି, ମୌସମୀ, ତରଭୂଜ ଏହାସହ ମୁଗଡ଼ାଲି ମଧ୍ୟ ଖାଇପାରିବେ।
ଗୁରୁବାର – ଏହି ଦିନ ଅଧିକାଂଶ ହଳଦିଆ ରଙ୍ଗର ଫଳ ଓ ପନିପରିବାର ବ୍ୟବହାର କରନ୍ତୁ। ଫଳରେ କମଳା, କଦଳୀ, ପାଚିଲା ଅମୃତଭଣ୍ଡା, ଏହାସହ ଡ଼ାଲିରେ ବୁଟ ଡ଼ାଲି, ଖେଚେଡ଼ି ଆଦି ସାମିଲ କରନ୍ତୁ।
ଶୁକ୍ରବାର – ଏହି ଦିନ ଧଳା ରଙ୍ଗ ଫଳ ଓ ପନିପରିବାର ଖାଦ୍ୟରେ ସାମିଲ କରନ୍ତୁ। ଯେପରି ଖିରି, ଭାତ, କୋବି, ପନୀର, ବିରି ଡ଼ାଲି ଆଦି।
ଶନିବାର – ଏହିବାରରେ କଳା ଅଥବା ନୀଳ ରଙ୍ଗର ଫଳ ଓ ପନିପରିବାର ଅଧିକ ପ୍ରୟୋଗ କରନ୍ତୁ। ଯେପରି ବାଇଗଣ, କଳା ବିରି ଡ଼ାଲି, ଚଣା ଡ଼ାଲି ଆଦିର ବ୍ୟବହାର କରନ୍ତୁ।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories