www.samajalive.in
Monday, December 8, 2025
27.1 C
Bhubaneswar

ହକି ବିଶ୍ୱକପ୍ : ରବିବାର ଭାରତ-ବେଲଜିୟମ୍‍ ମୁକାବିଲା

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଚତୁର୍ଦଶ ପୁରୁଷ ହକି ବିଶ୍ୱକପର ପ୍ରଥମ ରାଉଣ୍ଡ ଲିଗ୍‍ ମ୍ୟାଚ୍‍ ଶନିବାର ଶେଷହୋଇଛି। ରବିବାରଠାରୁ ୨ୟ ରାଉଣ୍ଡ ମ୍ୟାଚ ଆରମ୍ଭ ହେଉଛି। ଏହିଦିନ ପୁଲ୍‍ ‘ସି’ରେ ୨ଟି ମ୍ୟାଚ୍‍ ଖେଳାଯିବ। ପ୍ରଥମ ମ୍ୟାଚରେ କାନାଡା ବିପକ୍ଷରେ ଦକ୍ଷିଣ ଆଫ୍ରିକା ଖେଳିବ। ୨ୟ ମ୍ୟାଚ୍‍; ଯାହାକୁ ସମସ୍ତଙ୍କର ଅପେକ୍ଷା; ଏଥିରେ ବିଶ୍ୱର ୩ନଂ ଦଳ ବେଲ୍‍ଜିୟମ୍‍ ବିପକ୍ଷରେ ଖେଳିବ ଆୟୋଜକ ଭାରତ। ଭାରତ ଓ ବେଲଜିୟମ ସେମାନଙ୍କ ପ୍ରଥମ ମ୍ୟାଚରେ ବିଜୟୀ ହୋଇ ୩ ପଏଣ୍ଟ ଲେଖାଏଁ ହାସଲ କରିଛନ୍ତି। ତେବେ ଗୋଲ୍‍ ବ୍ୟବଧାନରେ ଭାରତ ପୁଲ ଶୀର୍ଷରେ ରହିଛି।
ଭାରତ ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫-୦ ଗୋଲରେ ବିଜୟୀ ହୋଇଥିଲା। ମ୍ୟାଚରେ ଯୁବ ତାରକା ସିମ୍ରନଜିତ୍‍ ସିଂହ ୨ଟି, ମନଦୀପ ସିଂହ, ଲଲିତ ଉପାଧ୍ୟାୟ ଓ ଆକାଶଦୀପ ସିଂହ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ମନପ୍ରୀତ ସିଂହଙ୍କ ନେତୃତ୍ୱରେ ଦଳ ପଡ଼ିଆରେ ସବୁ ବିଭାଗରେ ଚମତ୍କାର ପ୍ରଦର୍ଶନ କରିଥିଲା। ୨ୟ ମ୍ୟାଚରେ ଭାରତ ପ୍ରଥମ ମ୍ୟାଚର ପ୍ରଦର୍ଶନକୁ ଦୋହରାଇ ବିଜୟ ସହ ପୁଲ ଶୀର୍ଷ ସ୍ଥାନ ବଜାୟ ରଖିବାକୁ ଉଦ୍ୟମ କରିବ। ପୁଲ୍‍ ଶୀର୍ଷରେ ରହିଲେ ସିଧାସଳଖ କ୍ୱାର୍ଟରଫାଇନାଲ ଖେଳିବାର ସୁଯୋଗ ଭାରତ ପାଇବ। ବେଲ୍‍ଜିୟମ୍‍କୁ ପରାସ୍ତ କରିପାରିଲେ ଭାରତ ପୁଲ୍‍ ଶୀର୍ଷରେ ରହିବା ପ୍ରାୟ ନିଶ୍ଚିତ। କାରଣ ଶେଷ ମ୍ୟାଚରେ କାନାଡ଼ାକୁ ଭାରତ ପରାସ୍ତ କରିଦେବ ବୋଲି ଅନୁମାନ କରାଯାଉଛି। ବେଲଜିୟମ୍‍ ମଧ୍ୟ ସମାନ ଲକ୍ଷ୍ୟରେ ଭାରତ ବିପକ୍ଷରେ ଖେଳିବାକୁ ଓହ୍ଲାଇବ। ପୁଲ୍‍ ଶୀର୍ଷରେ ରହିଲେ କ୍ୱାର୍ଟରଫାଇନାଲରେ ପହଞ୍ଚିବା ପାଇଁ କ୍ରସ୍‍ଓଭର ଖେଳିବାକୁ ପଡ଼ିବନାହିଁ। ପ୍ରଥମ ମ୍ୟାଚରେ କାନାଡାକୁ ୨-୧ ଗୋଲରେ ପରାସ୍ତ କରିଥିବା ବେଲଜିୟମ ୨ୟ ମ୍ୟାଚରେ ଭାରତ ବିପକ୍ଷରେ ବିଜୟ ଲକ୍ଷ୍ୟରେ ରହିଛି। ଫେଲିନ୍‍ସ ଡିନାୟର ଓ ଅଧିନାୟକ ଥମାସ୍‍ ବ୍ରିଏଲ୍‍ସ ଭଲ ହକି ଖେଳିବା ସହିତ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିବା ଦୁଇ ଦଳ ବିଜୟ ଧାରା ବଜାୟ ରଖିବା ନେଇ ଉଦ୍ୟମ କରିବେ। ଦର୍ଶକ ହକି ବିଶ୍ୱକପର ଆଉ ଏକ ଶ୍ରେଷ୍ଠ ଓ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବା ନେଇ ଆଶା ରଖିଛନ୍ତି। ବେଲ୍‍ଜିୟମ୍‍ ଅପେକ୍ଷା ଭାରତ ଏହି ମ୍ୟାଚ୍‍ରେ ଫେଭରିଟ୍‍ ବୋଲି ଭାରତୀୟ ହକିପ୍ରେମୀ ଆଶା ରଖିଛନ୍ତି। ବିଶେଷକରି ଭାରତୀୟ ଫରୱାର୍ଡ ଚମତ୍କାର ଫର୍ମରେ ଅଛନ୍ତି। ରବିବାର ଥିବାରୁ ଗ୍ୟାଲେରୀ ଭରପୂର ରହିବ ଏବଂ ଘରୋଇ ଭାରତକୁ ପ୍ରବଳ ସମର୍ଥନ ମିଳିବ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories