www.samajalive.in
Monday, December 8, 2025
27.1 C
Bhubaneswar

କେହି ଶୁଣିଲେନି ଦୁଃଖ !ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଲେ ଥାଲାସେମିଆ ଆକ୍ରାନ୍ତ ପ୍ରତ୍ୟୁଷ

ରେଙ୍ଗାଲିକ୍ୟାମ୍ପ- ରୋଗ ମଣିଷର ମନ ଓ ଶରୀରକୁ ଦୁର୍ବଳ କରିଦିଏ । ଗୋଟିଏ ପଟେ ବଞ୍ଚିବାର ଦୁର୍ବାର ଇଚ୍ଛା ଓ ଅନ୍ୟପଟେ ବାରମ୍ବାର ମଣିଷ ମନରେ ମୃତ୍ୟୁ ର ଭୟ ସୃଷ୍ଟି କରୁଥିବା ରୋଗ ର ଚକ୍ରବ୍ୟୁହ ଭିତରେ ଅଧିକାଂଶ ମଣିଷ ହାରିଯାନ୍ତି ।କିନ୍ତୁ ଏମିତି କ୍ଵଚିତ ମଣିଷ ସମାଜରେ ଅଛନ୍ତି,ଯେଉଁମାନେ ଚକ୍ର ବ୍ୟୁହ ଭିତରେ ରୋଗ କୁ ଛଂଦି ଦେଇ , ନିଜ ଜୀବନ ପ୍ରତି ଚିନ୍ତା ନ କରି, ପ୍ରତିକୂଳ ପରିସ୍ଥିତି ରେ ମଧ୍ୟ ଅନ୍ୟ ପାଇଁ ଚିନ୍ତା କରନ୍ତି । ସେମିତି ଜଣେ ଯୁବକ ହେଉଛନ୍ତି ପ୍ରତ୍ୟୁଷ ସେଠ୍ ।

ବୟସ ମାତ୍ର ୨୩ବର୍ଷ ।କିନ୍ତୁ ତାଙ୍କ ଚିନ୍ତାର ପରିସର ବିସ୍ତୀର୍ଣ୍ଣ । ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ କୁଳିତା ଟୁକୁରl ଗ୍ରାମରେ ତାଙ୍କ ଘର । ସେ ଡାକ୍ତରୀ ପାଠ ପଢିବା ପାଇଁ ପ୍ରସ୍ତୁତି କରୁଛନ୍ତି । ହେଲେ ସେ ଜଣେ ଥାଲାସେମିଆ ରୋଗୀ । ଜନ୍ମ ହେବାର୯ ମାସରୁ ତାଙ୍କୁ ରକ୍ତ ଦରକାର ପଡୁଛି । ପ୍ରତି ୧୦ ଦିନରେ ଥରେ ରକ୍ତ ଦରକାର ପଡ଼ିଥାଏ ବୋଲି ସେ କହିଛନ୍ତି ।ଆଜି ପର୍ଯ୍ୟନ୍ତ ସେ ୭୦୦ ରୁ ଉର୍ଦ୍ଧ୍ବ ୟୁନିଟ ରକ୍ତ ଗ୍ରହଣ କରି ସାରିଛନ୍ତି । ଏମିତି ସ୍ଵାସ୍ଥ୍ୟଗତ ଅସୁବିଧା ସତ୍ତ୍ୱେ ସେ କେବେ ଡରି ନାହାନ୍ତି କି ହାରି ନାହାନ୍ତି । ରୋଗ ଏବଂ ପରିସ୍ଥିତି ସହିତ ସଂଗ୍ରାମ କରୁ କରୁ ସେ ବୁଝିପାରି ଛନ୍ତି ଅନ୍ୟ ର ଦୁଃଖ ।ଆଉ ଏବେ ସେମାନଙ୍କ ପାଇଁ ସାଜିଛନ୍ତି ସମଦୁଃଖି ,ଅନ୍ୟ ମାନଙ୍କ ପାଇଁ ଦରଦୀ ବନ୍ଦୁ । ପ୍ରକୃତରେ ଏହି ଥାଲାସେମିଆ ରୋଗ ରକ୍ତରେ ଦେଖା ଦେଉଥିବା ଗୁରୁତର ରୋଗ ରକ୍ତ କର୍କଟ ଓ ହିମୋଫିଲିଆ ଭଳି ଏକ ଗୁରୁତର ସମସ୍ୟା । ବିଶ୍ୱରେ ଏହି ରୋଗ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଏକ ଅଭିଯାନ ଆରମ୍ଭ କରିଛି । ଏହା ଏପରି ଏକ ରୋଗ ସମସ୍ୟା, ଯଦି ରୋଗୀକୁ ୩ରୁ ୬ ମାସ ମଧ୍ୟରେ ରକ୍ତ ନ ମିଳେ ତେବେ ତାଙ୍କ ଜୀବନ ବିପଦରେ ପଡିପାରେ ।

- Advertisement -

ସବୁଠୁ ବଡ଼ କଥା ହେଉଛି କି ଏହି ରୋଗ ହେଲେ ରୋଗୀଙ୍କୁ ନିୟମିତ ରକ୍ତ ଆବଶ୍ୟକ ହୁଏ । କିନ୍ତୁ ଏହି ରୋଗୀ ମାନଙ୍କ ର ଉପଯୁକ୍ତ ଚିକ୍ତିସା ପାଇଁ ଆମ ଅଞ୍ଚଳରେ କୌଣସି ସୁବିଧା ନାହିଁ । ଫଳରେ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ଅସୁବିଧା କୁ ହୃଦବୋଧ କରି ସେ ଏଥିର ସୁ ବ୍ୟବସ୍ଥା କରିବା କାଇଁ ଅନେକ ଥର ପ୍ରଶାସନିକ ମାନଙ୍କୁ କହିବା ବ୍ୟତିରେକ ସେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଙ୍କୁ ମଧ୍ୟ ଲିଖିତ ଭାବରେ ଜଣାଇଥିଲେ ।କିନ୍ତୁ ସବୁ ପ୍ରୟାସ ବ୍ୟର୍ଥ ହୋଇଥିଲା ।ତେଣୁ ବାଧ୍ୟ ହୋଇ ସେ ମହାମହିମ ରାଷ୍ଟ୍ରପତି ଙ୍କୁ ଏକଥା ଜଣାଇଥିଲେ । ପ୍ରତ୍ୟୁଷ ଙ୍କ ଏଭଳି ଉଦାର ଚିନ୍ତା ଧାରା କୁ ଉଚ୍ଚ ପ୍ରଶଂସା କରିବା ସହିତ ପ୍ରକୃତ ରେ ଏହିଭଳି ରୋଗୀଙ୍କ ପାଇଁ କୌଣସି ଶୁ ବ୍ୟବସ୍ଥା ନଥିବା ନେଇ ସେ ଦୁଃଖ ପ୍ରକାଶ କରିଥିଲେ ।ତେଣୁ ଓଡ଼ିଶା ଗ୍ରସ୍ତରେ ଆସିଥିବା ବେଳେ ପ୍ରତ୍ୟୁଷ ତାଙ୍କୁ ଭେଟିବା ସହ ଭିମସାର ବୁର୍ଲା ରେ ହେମାଟୋଲୋଗିଷ୍ଟ୍ ନିଯୁକ୍ତି, ଏଭଳି ରୋଗୀ ମାନଙ୍କ ପାଇଁ ଶିକ୍ଷା ବିଭାଗ ତଥା ସରକାରୀ ଚାକିରୀରେ ସଂରକ୍ଷଣ ହାର ବୃଦ୍ଧି, ରେଳଯାତ୍ରା ପାଇଁ ପାସ୍ ମିଳିବା,
ଆର୍ ପି ଡି ଡବ୍ଳୁ ର ସମସ୍ତ ସୁବିଧା ,ସୁଯୋଗ ପ୍ରାପ୍ୟ କରିବା , ନିମ୍ନ ମାନର ଆଇରନ ଔଷଧ ବଦଳରେ ଉଚ୍ଚ ମାନର ଔଷଧ ଯୋଗାଇବା, ରାଜ୍ୟ ସରକାର ଙ୍କ ଦ୍ଵାରା ଦିଆଯାଉଥିବା ଲିଉକୋଫିଲଟର ବ୍ୟାଗ୍ ସହଜରେ ଉପଲବ୍ଧ କରାଇବା, ଭିନ୍ନକ୍ଷମ ଆକଳନ ବୋର୍ଡ, ବରଗଡ଼ ରେ ପ୍ରକୃତ ଆକଳନ କରାଯାଇ ରୋଗୀଙ୍କୁ ତାର ପ୍ରମାଣ ପତ୍ର ପ୍ରଦାନ ଆଦି ଅନେକ ଗୁଡ଼ିଏ ଦାବୀ ଗୁଡ଼ିକ ସେ ଉପସ୍ଥାପନ କରିଥିଲେ । ଏହି ସମସ୍ୟା ତଥା ଏହାର ସମାଧାନ ପାଇଁ ଏହି ଦାବି ନ୍ୟାୟୋଚିତ ଓ ଯଥାର୍ଥ ବୋଲି ମହାମହିମ ରାଷ୍ଟ୍ରପତି ମାହୋଦୟା ହୃଦବୋଧ କରିବା ସହିତ ଏହା ଉପରେ ଗୁରୁତ୍ଵ ଦିଆଯିବ ଓ ସମସ୍ୟା ଗୁଡ଼ିକର ସମାଧାନ ଦିଗରେ ଯଥା ସାଧ୍ୟ ଚେଷ୍ଟା କରାଯିବ ବୋଲି ପ୍ରତ୍ୟୁଷ ଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।ତେବେ ପ୍ରତ୍ୟୁଷ ଙ୍କ ଏହି ଶେଷ ପ୍ରୟାସ କେବେ ଫଳବତୀ ହେଉଛି ତାହାର ଅପେକ୍ଷାରେ ଥାଲାସେମିଆ ରୋଗୀ ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories