BJD Bijuli 480×75 Mob

ତେଲେଙ୍ଗାନା ଡିଜିପି ନିଲମ୍ବିତ

BJD Bijuli 480×75 Mob

ହାଇଦ୍ରାବାଦ: ତେଲେଙ୍ଗାନାରେ କଂଗ୍ରେସର ବିଜୟ ମଧ୍ୟରେ ନିର୍ବାଚନ ଆୟୋଗ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିବା ଅଭିଯୋଗରେ ତେଲେଙ୍ଗାନା ଡିଜିପି ନିଲମ୍ବିତ ହୋଇଛନ୍ତି। ଡିଜିପି ଅଞ୍ଜନୀ କୁମାରଙ୍କୁ ନିର୍ବାଚନ ଆୟୋଗ ଚାକିରୀରୁ ନିଲମ୍ବନ କରିଛନ୍ତି। ରାଜ୍ୟ କଂଗ୍ରେସ ମୁଖ୍ୟ ରେବନ୍ତ ରେଡ୍ଡୀଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇ ଡିଜିପି ନିଲମ୍ବିତ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ତେଲେଙ୍ଗାନାରେ କଂଗ୍ରେସ ସରକାର ଗଢିବା ନିଶ୍ଚିତ ହେବା ଖବର ଜଣାପଡ଼ିବା ପରେ ଡିଜିପି ଅଞ୍ଜନୀ କୁମାର ଅନ୍ୟ ତିନିଜଣ ପୁଲିସ ଅଧିକାରୀଙ୍କୁ ସାଥିରେ ନେଇ ରେଡ୍ଡୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ। ଏହି ସମୟରେ ରେବନ୍ତ ରେଡ୍ଡୀଙ୍କୁ ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜଣାଇଥିଲେ ଅଞ୍ଜନୀ କୁମାର। ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି ରହିଥିବା ବେଳେ ଡିଜିପିଙ୍କ ଏହି ସାକ୍ଷାତ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଥିବା ଦର୍ଶାଇ ନିର୍ବାଚନ ଆୟୋଗ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

Comments are closed.