www.samajalive.in
Monday, December 8, 2025
20.1 C
Bhubaneswar

ମହିଳା ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ ଏଡ୍‌ସ ସଚେତନତା ରାଲି ଓ ମାଗଣା ସ୍ୱାସ୍ଥ୍ୟ ଶିବିର

କଣ୍ଟାବାଞ୍ଜି: ଡ଼ିସେମ୍ବର ୧ ତାରିଖ ହେଉଛି ବିଶ୍ୱ ଏଡ୍‌ସ ଦିବସ। ଏହି ଦିବସକୁ ସରକାରୀ ଓ ବେସରକାରୀ ସ୍ତରରେ ସମଗ୍ର ବିଶ୍ୱରେ ବ୍ୟାପକ ଭାବେ ଏଡ୍‌ସ ସଚେତନତା ଦିବସ ଭାବେ ପାଳନ କରାଯାଏ। ଏହି ପ୍ରକ୍ରିୟାରେ କଣ୍ଟାବାଞ୍ଜି ମହିଳା ସ୍ନାତକ ମହାବିଦ୍ୟାଳୟ ମଧ୍ୟ ସାମିଲ ହୋଇ ନୂଆ ଓ ଯୁବ ଓଡ଼ିଶା ଅନ୍ତର୍ଗତ ଦ୍ଵିତୀୟ ଦିବସର କାର୍ଯ୍ୟକ୍ରମରେ ଏଡ୍‌ସ ସଚେତନତା କରିବାପାଇଁ ସଂକଳ୍ପ ନେଇଥିଲେ। ମହାବିଦ୍ୟାଳୟରୁ ସମସ୍ତ ଛାତ୍ରୀଙ୍କୁ ନେଇ ଏକ ବିରାଟ ରାଲି ଦିବା ସମୟ ପ୍ରାୟ ୧୧ ଟାରେ ବାହାରି କଣ୍ଟାବାଞ୍ଜି ସହରକୁ ପରିକ୍ରମା କରିଥିଲା। ଏହି ରାଲିରେ ଛାତ୍ରୀମାନେ ଏଡ୍‌ସ ରୋଗ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେବା ସହିତ ପ୍ଲା କାର୍ଡ ଧରି କଣ୍ଟାବାଞ୍ଜି ଜନସାଧାରଣଙ୍କୁ ଏଡ୍‌ସ ବିଷୟରେ ସଚେତନ କରିଥିଲେ। ଛାତ୍ରୀମାନେ ମହାବିଦ୍ୟାଳୟରୁ ବାହାରି ପର୍ଶୁରାମ ଛକ ଦେଇ ଇନ୍ଦିରା ଛକ, ଏକ ନମ୍ବର ରାସ୍ତାରେ ଯାଇ ଡାକ୍ତରଖାନା ଛକ ଓ ବଜାର ଛକ ମାଧ୍ୟମରେ ସହର ପରିକ୍ରମା କରି ‘ଭାଇ ଭଉଣୀ ଶପଥ ନେବା, ଏଡ୍‌ସ ରୋଗକୁ ଦୂରେଇ ଦେବା…. ପ୍ରେମ ବାଣ୍ଟିବା ଏଡ୍‌ସ ନୁହେଁ… ଏଡ୍‌ସକୁ ଘୃଣା କରିବା, ରୋଗୀକୁ ନୁହେଁ.. ଆଦି ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ସହରକୁ କମ୍ପାଇ ଦେଇଥିଲେ। ଏହା ପୂର୍ବରୁ ଏଡ୍‌ସ ଦିବସ ଉପଲକ୍ଷେ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ପ୍ରାୟ ୯ଟା ସମୟରୁ ୧୧ଟା ସମୟ ମଧ୍ୟରେ ଏକ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା। ଏହି ଶିବିରରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ମଙ୍ଗଳ କେନ୍ଦ୍ର କଣ୍ଟାବାଞ୍ଜି ତରଫରୁ ଡକ୍ଟର ପଙ୍କଜ ନାଏକ ଓ ତାଙ୍କ ଟିମର ସଦସ୍ୟ ଡିଏଏ ଅତୁଲ୍ୟ ଡାଙ୍ଗ, ଭବାନୀଶଙ୍କର ବଂଚୋର, ଜୟଦେବ ଗହୀର, ପ୍ରଭାତୀ ଛତ୍ରିଆ ପ୍ରମୁଖ ସାମିଲ ହୋଇ ମହାବିଦ୍ୟାଳୟର ଛାତ୍ରୀମାନଙ୍କର ବିଭିନ୍ନ ପରୀକ୍ଷା ଯେପରିକି, ରକ୍ତ ବର୍ଗ ଚି଼ହ୍ନଟ, ମଧୁମେହ, ରକ୍ତ ଚାପ, ସିକିଲ ସେଲ ଇତ୍ୟାଦି ପରୀକ୍ଷା କରାଇଥିଲେ। ଏଥିସହ ମାଗଣାରେ ଔଷଧ ବିତରଣ କରିଥିଲେ। ଏହି କାର୍ଯ୍ୟକ୍ରମ ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର ପୁରୋହିତ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories