www.samajalive.in
Sunday, December 7, 2025
15.1 C
Bhubaneswar

ଛାତିଥରା ଦୃଶ୍ୟ ; ବିରିୟାନି ପାଇଁ ନାବାଳକକୁ ୬୦ ଥର ଛୁରାମାଡ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଏକ ଚାଞ୍ଚଲ୍ୟକର ଘଟଣା ହଇଚଇ ସୃଷ୍ଟି କରିଛି। ବିରିୟାନି ପାଇଁ ଟଙ୍କା ମାଗି ଜଣେ ୧୬ ବର୍ଷୀୟ ନାବାଳକ ଆଉ ଜଣେ ୧୭ ବର୍ଷୀୟ ନାବାଳକଙ୍କୁ ୬୦ ଥର ଛୁରି ଭୁସି ହତ୍ୟା କରିଥିବା ଜଣାପଡିଛି।
ଦିଲ୍ଲୀର ‘ୱେଲ୍‌‌କମ୍‌‌’ ଅଞ୍ଚଳରେ ଘଟିଥିବା ଏହି ଛାତିଥରା ଦୃଶ୍ୟ ସେଠାରେ ଥିବା ସିସିଟିଭରେ କଏଦ ହୋଇଛି। ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟ ଅନୁଯାୟୀ, ନାବାଳକ ଜଣଙ୍କ ଅନ୍ୟ ଜଣେ ନାବାଳକଙ୍କୁ ବିରିୟାନି ପାଇଁ ଟଙ୍କା ମାଗିବା ପରେ ଉଭୟଙ୍କ ପରେ ହାତାହାତି ହୋଇଥିଲା। ଏହାପରେ ସେ ଉକ୍ତ ନାବାଳକର ଗଳା କାଟିବାକୁ ଉଦ୍ୟମ କରିଥିଲା। ପରେ ବାରମ୍ବାର ୬୦ ଥର ଛୁରି ଭୁସିବା ପରେ ରକ୍ତାକ୍ତ ମୃତଦେହକୁ ଘୋଷାରି କିଛି ବାଟ ନେବା ପରେ ସେ ନାଚୁଛି। ଏହି ଘଟଣା ପରେ ପୁଲିସ ସିସିଟିଭ ଫୁଟେଜ ଆଧାରରେ ବୁଧବାର ସକାଳେ ନାବାଳକକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।
ସୂଚନା ଯୋଗ୍ୟ, ସ୍କୁଲରୁ ପାଠ ସାରି ଉକ୍ତ ନାବାଳକ ମଙ୍ଗଳବାର ରାତିରେ ଟଙ୍କା ମାଗି ଛୁରି ଭୁସି ହତ୍ୟା କରିଛି। ସେହି ସମୟରେ ସେ ନିଶାସକ୍ତ ଅବସ୍ଥାରେ ଥିଲା ବୋଲି ମଧ୍ୟ ପୁଲିସ ଠାରୁ ସୂଚନା ମିଳିଛି। ଦିନ ମଜୁରିଆ ଭାବେ ଏହି ନାବାଳକର ବାପା ମାଆ କାମ କରନ୍ତି। ଦୁଇ ନାବାଳକ ପରସ୍ପରକୁ ଜାଣନ୍ତି ନାହିଁ। ମାତ୍ର ଅଭିଯୁକ୍ତ ବିରିୟାନି କିଣିବାକୁ ୩୫୦ ଟଙ୍କା ମାଗିବା ପରେ ଉଭୟଙ୍କ ମଧ୍ୟରେ ଝଗଡା ହେବା ପରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏହି ଘଟଣାର ପରେ ଗୁରୁତର ଅବସ୍ଥାରେ ନାବାଳକଙ୍କୁ ସ୍ଥାନୀୟ ଲୋକେ ହସ୍ପିଟାଲ ନେଇଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories