www.samajalive.in
Sunday, December 7, 2025
15.1 C
Bhubaneswar

ହରଭଙ୍ଗାରେ କନିଷ୍ଠ ରାଜସ୍ୱ ସହାୟକଙ୍କୁ ନେଇ ଘନଉଛି ବିବାଦ 

ହରଭଙ୍ଗା : ହରଭଙ୍ଗା ବ୍ଲକରେ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ (ଓ.ଏସ.ଡି) ଆଧାରରେ କନିଷ୍ଠ ରାଜସ୍ୱ ସହାୟକ ଭାବେ ନିଯୁକ୍ତି ଦିଆଯାଇଛି। ମାତ୍ର ଜଣେ ଅବସରପ୍ରାସ୍ତ କିରାଣୀଙ୍କୁ କେଉଁ ନିୟମ ଆଧାରରେ ସେକ୍ସନ ଅଫିସର (ବଡବାବୁ) ଭଳି ବଡ ଦାୟିତ୍ୱ ପ୍ରଦାନ ପରେ ବ୍ଲକ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି। କିଛିଦିନ ତଳେ ଏହି ଘଟଣାକୁ ନେଇ ବ୍ଲକ ଉପାଧ୍ୟକ୍ଷ ଏବଂ ବି.ଡି.ଓଙ୍କ ମଧ୍ୟରେ ତୁତୁ ମେଁ ମେଁ ହୋଇଥିବା ଘଟଣା ବାହାରେ ଚର୍ଚ୍ଚା ମଧ୍ୟ ଜୋର ଧରିଛି।
ପ୍ରକାଶ ଯେ ବୌଦ୍ଧ ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା-୭୧୪୦/୦୭/୦୯/୨୩ ଅନୁସାରେ ଜିଲ୍ଲାର ୦୯ଜଣ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ (ଓ.ଏସ.ଡି)ଭାବେ ନିଯୁକ୍ତି ଦିଆଯାଇଛି। ଏହି ପତ୍ର ଅନୁସାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ବିଜୟ କୁମାର ପାଢୀଙ୍କୁ ହରଭଙ୍ଗା ବ୍ଲକରେ କନିଷ୍ଠ ରାଜସ୍ୱ ସହାୟକଭାବେ ନିଯୁକ୍ତି ଦିଆଯାଇଛି। ମାତ୍ର ଜଣେ କନିଷ୍ଠ ରାଜସ୍ୱ ସହାୟକ ଭାବେ ତାଙ୍କୁ ନିଯୁକ୍ତି ମିଳିଥିବା ବେଳେ କେଉଁ ନିୟମ ଆଧାରରେ ତାଙ୍କୁ ସିଧାସଳଖ ସେକ୍ସନ ଅଫିସର ପଦବୀରେ ଥଇଥାନ କରାଗଲା ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟିକରିଛି।
ଅନ୍ୟପଟେ ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଫାଇଲ ସେକ୍ସନ ଅଫିସରଙ୍କ ଜରିଆରେ ପାଶ ହେଉଥିବାବେଳେ ଦୁର୍ଭାଗ୍ୟ ବଶତଃ କୌଣସି ବଡଧରଣର ଦୁର୍ନୀତି ଘଟିଲେ ଏହା ଉପରେ ବିଭାଗୀୟ ପ୍ରୋସିଡିଂ କାହା ନାଁରେ ହେବ ତାହା ମଧ୍ୟ ଆଉ ଏକ ପ୍ରଶ୍ନ ବୋଲି ଆଲୋଚନା ଜୋର ଧରିଛି। ସୂଚନା ଥାଉ କି ଉକ୍ତ କିରାଣି ଜଣଙ୍କ ହରଭଙ୍ଗା ବ୍ଲକରେ ସେକ୍ସନ ଅଫିସର ଭାବେ କିଛି ବର୍ଷ ଦାୟିତ୍ୱ ନିର୍ବାହ ପରେ ତାଙ୍କର କାର୍ଯ୍ୟ ଶୈଳୀରେ ଅସନ୍ତୁଷ୍ଟ ହୋଇ ଜିଲ୍ଲାପାଳ ତାଙ୍କୁ ଏଠାରୁ ଡିସେମ୍ବର ୨୦୨୨ରେ ତାଙ୍କ କାର୍ଯ୍ୟାଳୟକୁ ବଦଳି କରିଥିଲେ। ଏହି ଘଟଣାକୁ ନେଇ ବ୍ଲକରେ ବର୍ତମାନର କର୍ମଚାରୀଙ୍କ ମଧ୍ୟରେ ଟଣାଓଟରା ଚାଲିଥିବା ଚର୍ଚ୍ଚା ଜୋର ଧରିଛି। ଏ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ସାଧାରଣରେ ଦାବୀ ଉଠୁଛି।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories