www.samajalive.in
Monday, December 8, 2025
27.1 C
Bhubaneswar

ଜ୍ୟେଷ୍ଠ ସନ୍ତାନଙ୍କୁ ପୂଜା କରିବାର ସ୍ବତନ୍ତ୍ର ଦିନ ପ୍ରଥମାଷ୍ଟମୀ

କଟକ : ଆଜି ହେଉଛି ମାର୍ଗଶୀର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି। ଏହି ଦିନକୁ ଓଡିଆମାନେ ପ୍ରଥମାଷ୍ଟମୀ ଭାବେ ପାଳନ କରିଥାଆନ୍ତି। ଘରର ଜ୍ୟେଷ୍ଠ ସନ୍ତାନମାନଙ୍କ ପାଇଁ ସ୍ବତନ୍ତ୍ର ପୂଜା କରିବାର ପରମ୍ପରା ରହିଛି। ଜ୍ୟେଷ୍ଠ ସନ୍ତାନମାନେ ସକାଳୁ ଉଠି ଗାଧୋଇ ନବ ବସ୍ତ୍ର ପରିଧାନ କରିଥାଆନ୍ତି। ତାପରେ ତାଙ୍କୁ ପିଢାରେ ବସାଯାଇ ବନ୍ଦାପନା କରାଯାଇଥାଏ। ଜ୍ୟେଷ୍ଠ ସନ୍ତାନମାନଙ୍କର ଶୁଭ ମନାସୀ ଷଠୀ ଦେବୀ ଓ କୂଳ ଦେବତାଙ୍କ ନିକଟରେ ପୂଜା କରାଯାଇଥାଏ। ଜ୍ୟେଷ୍ଠ ସନ୍ତାନଙ୍କୁ ପଢୁଆଁ କରିବା ପାଇଁ ମାମୁଁ ଘରୁ ନୂତନ ବସ୍ତ୍ର ଆସିଥାଏ। ନୂଆ ବସ୍ତ୍ର ପିନ୍ଧି ବନ୍ଦାପନ ହୋଇ ସାରିବା ପରେ ହଳଦି ପତ୍ରରେ ତିଆରି ସ୍ବତନ୍ତ୍ର ଏଣ୍ଡୁରୀ ପିଠା ଖାଇଥାଆନ୍ତି। ଆଜି ମଧ୍ୟ କାଞ୍ଜି ଅଁଳା ନବମୀ। ଷଠୀ ଦେବୀଙ୍କ ନିକଟରେ କାଞ୍ଜି ଭୋଗ କରାଯାଇଥାଏ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories